ଉପଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ହଟିଲା ରାସ୍ତା ଅବରୋଧ

ଦାରିଙ୍ଗବାଡ଼ି : ମହାଗୁଡ଼ି -ତାଜୁଙ୍ଗି ରାସ୍ତା ନିର୍ମାଣ ଦାବିରେ ଗତକାଲି ମହାଗୁଡ଼ି ଠାରେ କରାଯାଇଥିବା ଦାରିଙ୍ଗବାଡ଼ି -ବ୍ରହ୍ମପୁର ରାସ୍ତା ଅବରୋଧ ଆଜି ଉପଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପାର ହଟିଛି । ଏହା ଫଳରେ ଗତକାଲି ସକାଳ ୫ଘଣ୍ଟା ଠାରୁ ଆଜି ସକାଳ୧୦ଟା ଯାତ୍ରୀ ନାହିଁ ନଥିବା ଅସୁବିଧାର ଶିକାର ହୋଇଥିବା ବେଳେ ଆଜି ଏହି ରାସ୍ତାରେ ଗମନାଗମନ ସ୍ବାଭାବିକ ହୋଇଛି । ଆଜି ଉପଜିଲ୍ଲାପାଳଙ୍କ ପ୍ରତିନିଧି ଭାବେ ତହସିଲଦାର ସୁନିଲ କୁମାର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବ ସହିତ ଲିଖିତ ପ୍ରତିଶ୍ରୁତି ଦେଇ ରାସ୍ତା ଅବରୋଧ ପ୍ରତ୍ୟାହାର କରିବା ପାଇଁ ଅନୁରୋଧ କରିଥିଲେ । ଏହାପରେ ରାସ୍ତା ଅବରୋଧ କରିଥିବା ତାଜୁଙ୍ଗି ଗ୍ରାମ ପଞ୍ଚାୟତର କିଲିମେରା, ସୁଲୁମାହା, କଲିଙ୍ଗି, ଜାଡ଼ାଙ୍ଗି, ପସ୍‌ ଓ ତାଜୁଙ୍ଗି ଗ୍ରାମର ଜନସାଧାରଣ ରାସ୍ତା ଅବରୋଧ ପ୍ରତ୍ୟାହାର କରିଥିଲେ ।

ସମ୍ବନ୍ଧିତ ଖବର