କନ୍ଧମାଳ: ବେଲଘରରେ ପୁଣି ଏକ ହାତୀ ଗୁରୁତର ଅବସ୍ଥାରେ ହେଉଛି ଛଟପଟ

ବିଭାଗୀୟ ଅବହେଳା କିହଲେ ଗ୍ରାମବାସୀ, ଡିଏଫଓ କହିଲେ- ହାତୀ ଅସୁସ୍ଥ ଖବର ଆମ ନିକଟରେ ନାହିଁ

ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲାର ବେଲଘର ରେଞ୍ଜରେ ହାତୀ ସୁରକ୍ଷିତ ନୁହନ୍ତି, ବନ ବିଭାଗର ନିଷ୍କ୍ରିୟତାକୁ ଦାୟୀ କରିଛନ୍ତି ଅଂଚଳବାସୀ। କିଛି ଦିନ ତଳେ ସିକକି ଗ୍ରାମରେ ଏକ ଦନ୍ତା ହାତୀ ମୃତ୍ୟୁ ହୋଇ ଥିବା ବେଳେ ଏବେ ଦୁଇ ଦିନ ହେଲା ଲଙ୍କାଗଡ ଜଙ୍ଗଲର ବାରିଙ୍ଗିଲି ନିକଟ ଜଙ୍ଗଲରେ ଗୋଟେ ହାତୀ ଛଟ ପଟ ହେଉଛି। ତା’ ଚାରି ପଟେ କିଛି ହାତୀ ଜଗି ରହି ଛନ୍ତି କିନ୍ତୁ ବନ ବିଭାଗର ଦେଖା ନାହିଁ। ଯାହା ଫଳରେ ନିକଟସ୍ଥ ଗ୍ରାମବାସୀମାନେ ଏବେ ଭୟଭୀତ ଅବସ୍ଥାରେ ରହିଛନ୍ତି।

ଏ ସମ୍ପର୍କରେ ବାଲିଗୁଡା ଡ଼ିଏଫଓ ବିଶ୍ୱନାଥନ ନୀଳନବରଙ୍କୁ ହାତୀ ଅସୁସ୍ଥ ଅବସ୍ଥାରେ ଛଟ-ପଟ ହେଉ ଥିବା ସମ୍ପର୍କରେ ପଚାରିବରୁ, ସେ କହିଛନ୍ତି ତାଙ୍କ ପାଖରେ ଖବର ନାହିଁ। ରିପୋର୍ଟ ଲେଖାଯିବା ବେଳକୁ ଆଜି ମଧ୍ୟାହ୍ନ ପରେ ବେଲଘର ରେଞ୍ଜର କର୍ମଚାରୀମାନେ ଘଟଣା ସ୍ଥଳକୁ ଯାଇ ଥିବା ଜଣା ପଡିଛି କିନ୍ତୁ ବନ ବିଭାଗ ପକ୍ଷରୁ କିଛି ସୂଚନା ଦିଆ ଯାଇ ନାହିଁ।

ସୂଚନାଯୋଗ୍ୟ କିଛି ଦିନ ତଳେ ଏହି ଭଳି ଭାବେ ଏକ ହାତୀ ମୃତ୍ୟୁ ଖବର ପଦାକୁ ଆସିଥିଲା। ଦୁର୍ବୃତ୍ତମାନେ ଗୁଳି କରି ଦାନ୍ତ କାଢ଼ି ନେଇଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। କାରଣ ହାତୀଟିକୁ ବନ ବିଭାଗ ତରବରିଆ ଭାବେ କାହାରିକୁ ନ କହି ପୋତି ଦେଇ ମାଇ ହାତୀ ବୋଲି କହି ଥିଲେ। ଏହି ଘଟଣା ଅଭିଯୋଗ ଅନୁସାରେ ବାଲିଗୁଡା ଡ଼ିଏଫଓ ଶ୍ରୀ ନୀଳନବର ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବା ସହ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ଅଭିଯୋଗର ସତ୍ୟା ସତ୍ୟ ଜଣା ପଡିବ ବୋଲି କହି ବନ ବିଭାଗକୁ ଘଣ୍ଟ ଘୋଡାଇ ଥିବା ଅଭିଯୋଗ ହୋଇ ଥିଲା

ସମ୍ବନ୍ଧିତ ଖବର