କନ୍ଧମାଳରେ ଆଶାକର୍ମୀଙ୍କ ବିକ୍ଷୋଭ 

ଫୁଲବାଣୀ: ୧୦ ଦଫା ଦାବି ନେଇ ଆଜି ଓଡିଶା ରାଜ୍ୟ ଆଶାକର୍ମୀ ସଂଘ କନ୍ଧମାଳ ଶାଖା ପକ୍ଷରୁ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସ୍ୱଳ୍ପ ପାରିଶ୍ରମିକରେ ଆଶାକର୍ମୀ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଥିଲେ ସୁଦ୍ଧା ସେମାନଙ୍କ ସୁବିଧା ଓ ଅସୁବିଧା କଥା ରାଜ୍ୟ ସରକାର ବୁଝୁ ନାହାନ୍ତି। ଯେଉଁଥି ପାଇଁ ଆଶାକର୍ମୀ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ଆଶାକର୍ମୀଙ୍କୁ ମାସିକ ୧୮ ହଜାର ଓ ଆଶାସାଥୀଙ୍କୁ ୨୪ ହଜାର ଟଙ୍କା ପ୍ରଦାନ, ଇପିଏଫ୍‌ ଓ ଇଏସଆଇ ସହ ପେନସନ ବ୍ୟବସ୍ଥା, କାର୍ଯ୍ୟକ୍ଷେତ୍ରରେ ପ୍ରାଣହାନୀ ହେଲେ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ, ବୀମାଭୁକ୍ତ କରିବା, ଅବସର କାଳୀନ ସୁବିଧା ବାବଦରେ ଏକକାଳୀନ ୫ ଲକ୍ଷ ଟଙ୍କା ପ୍ରଦାନ କରିବା ଆଦି ବିଭିନ୍ନ ଦାବି ନେଇ ସଭାନେତ୍ରୀ ଅମ୍ବିକା ବେହେରା ଓ ସମ୍ପାଦିକା କନିକା ମଲ୍ଲିକଙ୍କ ନେତୃତ୍ୱରେ ଆଶାକର୍ମୀମାନେ ଏହି ବିକ୍ଷୋଭ ଆନ୍ଦୋଳନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଶେଷର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଏହି ବିକ୍ଷୋଭ ଆନ୍ଦୋଳନ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକର କାର୍ଯ୍ୟକର୍ତ୍ତା ଓ ଶତାଧିକ ଆଶାକର୍ମୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର