କନ୍ଧମାଳ: ଦିବ୍ୟାଙ୍ଗ ଛାତ୍ର-ଛାତ୍ରୀଙ୍କ ପିତା-ମାତା ଓ ପ୍ରଧାନଶିକ୍ଷକଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ

ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ ତରଫରୁ ତୁମୁଡିବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ମଙ୍ଗଳବାର ବେନାରବାହାଲ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଦିନିକିଆ ଦିବ୍ୟାଙ୍ଗ ଛାତ୍ର-ଛାତ୍ରୀ ମାନଙ୍କ ପିତା-ମାତା ଓ ପ୍ରଧାନଶିକ୍ଷକଙ୍କ ନିମନ୍ତେ ଅନ୍ତର୍ନିବେଶୀ ଶିକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗ ଛାତ୍ର-ଛାତ୍ରୀ ମାନଙ୍କୁ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ପ୍ରକାରର ସୁବିଧା ସୁଯୋଗ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଯାଇ ଥିଲା।

ତୁମୁଡିବନ୍ଧ ସି.ଆର.ସ.ସି ପ୍ରଭାତ କୁମାର ସାହୁ ଓ ଶିକ୍ଷକ ସୁକାନ୍ତ ତ୍ରିପାଠୀ ସାଧନ କର୍ମୀ ଭାବରେ ଯୋଗ ଦେଇଥିଲେ। ତୁମୁଡିବନ୍ଧ ଗୋଷ୍ଠୀ ସମ୍ବଳ ଶିକ୍ଷକ ସୁବଳ ସାହୁ, ବିବେକାନନ୍ଦ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷକ କୈଳାସ ଚନ୍ଦ୍ର ପ୍ରଧାନ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ୫୦ ରୁ ଉର୍ଦ୍ଧ୍ଵ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କ ପିତାମାତା ତଥା ଅବିଭାବକ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର