ଜଙ୍ଗଲ ରାସ୍ତାରୁ ଉଦ୍ଧାର ହେଲେ ବିଲାବାଡି ଆଶ୍ରମର ୪ ଛାତ୍ରୀ

ବାସନମଜା ଓ ଲୁଗା ସଫା କରିବାରୁ ଆଶ୍ରମ ଛାଡିଥିବା ଅଭିଯୋଗ

ଖଜୁରୀପଡା: କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକର ଦୁର୍ଗମ ଅଞ୍ଚଳରେ ଥିବା ବିଲାବାଡି ଆଶ୍ରମ ସ୍କୁଲ ହଷ୍ଟେଲର ୪ ଜଣ ଛାତ୍ରୀଙ୍କୁ ବୌଦ୍ଧ ଜିଲ୍ଲା ସମାପାଜୁ ଗ୍ରାମ ଏକ ଜଙ୍ଗଲ ରାସ୍ତାରୁ ଉଦ୍ଧାର କରାଯାଇଛି । ଅଷ୍ଟମ ଶ୍ରେଣୀର ତିନି ଜଣ ଓ ଷଷ୍ଠ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀ ହଠାତ ହଣ୍ଟେଲରୁ ବାହାରି ପଳାଇଥିଲେ । ତେବେ ବିଦ୍ୟାଳୟ କର୍ତୃପକ୍ଷ ଜାଣିବା ପରେ ସଂପୃକ୍ତ ଛାତ୍‌୍ରୀଙ୍କୁ ଜଙ୍ଗଲ ରାସ୍ତାରେ ଚାଳିଚାଲି ଯାଉଥିବା ବେଳେ ଉଦ୍ଧାର କରି ହଷ୍ଟେଲକୁ ଫେରାଇ ଆଣିଛନ୍ତି। ଚଳିତବର୍ଷ ନୂତନ ଭାବେ ନାମ ଲେଖାଇଥିବା ଏହି ଚାରି ଛାତ୍ରୀ ଘରକଥା ମନେ ପଡିବାରୁ କାହାକୁ କିଛି ନକହି ହଷ୍ଟେଲରୁ ପଳାଇଥିଲେ ବୋଲି ବିଦ୍ୟାଳୟ ପକ୍ଷରୁ କୁହାଯାଇଛି ।

ତେବେ ସଂପୃକ୍ତ ଛାତ୍ରୀଙ୍କୁ କୁଆଡେ ବିଦ୍ୟାଳୟ କର୍ତୃପକ୍ଷ ବାସନମଜା, ଅଳିଆ ଫୋଫାଡିବା ଓ ଲୁଗାପଟା କରିବା ଭଳି କାମରେ ନିୟୋଜିତ କରାଉଥିଲେ ବୋଲି ଅଭିଯୋଗ ହୋଇଛି । ଏପରିକି ନିମ୍ନମାନର ଖାଦ୍ୟ ଦିଆଯାଉଥିବାରୁ ଛାତ୍ରୀମାନେ ଘରକୁ ପଳାଇ ଆସିଥିଲେ ବୋଲି ଗ୍ରାମବାସୀ ଅଭିଯୋଗରେ କହିଛନ୍ତି । ଖବର ପାଇ ଜିଲ୍ଲା ମଙ୍ଗଳ ଅଧିକାରୀ କାରୁ ସୁରେନ ଓ ଜିଲ୍ଲା ଚାଇଲଡ ଲାଇନ ଟିମ ମିଳିତ ଭାବେ ଯାଇ ଛାତ୍ରୀଙ୍କ ସମସ୍ୟା ବୁଝିବା ସହ ତଦନ୍ତ ପରେ ଘଟଣାର ସତ୍ୟାସତ୍ୟା ଜଣାପଡିଲେ ଏନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର