ଖଜୁରୀପଡାରେ ବିଏସଏନଏଲ ସେବା ବିପର୍ଯ୍ୟସ୍ତ

ଖଜୁରିପଡା:କନ୍ଧମାଳ ଜିଲ୍ଲା ଖଜୁରୀପଡ‌ା ବ୍ଲକରେ ବିଏସଏନଏଲ ସେବା ମାସମାସ ଧରି ଅଚଳ ହୋଇ ରହୁଛି । ଟେଲିଫୋନ ‌ସରବରାହ ବିପର୍ଯ୍ୟସ୍ତ ଯୋାଗୁ ସ୍ଥାନୀୟ ଜନସାଧାରଣ ନାହିଁ ନଥିବା ଅସୁବିଧାର ଶିକାର ହେଉଛନ୍ତି ା ଏପରିକି ଟୁଜି ଓ ଥ୍ରୀଜି ସେବା ବାଧାପ୍ରାପ୍ତ ‌େଯାଗୁଁ ଅନଲାଇନରେ ହେଉଥିବା ବ୍ୟାଙ୍କ ଓ ସରକାରୀ କାର୍ଯ୍ୟ ପୁରା ଠପ ହୋଇଯାଉଛି ା ଏପରିକି ବିଭିନ୍ନ ପ୍ରମାଣପତ୍ର ପାଇବା ପାଇଁ ଛାତ୍ରଛାତ୍ରୀମାନେ ନାହିଁ ନଥିବା ଅସୁବିଧାର ଶିକାର ହେଉଛନ୍ତି ା ଦିନରେ ୧୦ରୁ ୧୫ ଥର ପର୍ଯ୍ୟନ୍ତ
ଟୁଜି ଓ ଥ୍ରୀଜି ସେବା ବାଧାପ୍ରାପ୍ତ ହେଉଛି । ପୂର୍ବରୁ ବିଏସଏନଏଲର ଏଭଳି ମନୋମୁଖୀ କାର୍ଯ୍ୟକଳାପ ଯୋଗୁଁ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ନିବେଦନ କରାଯାଇଥିଲା ା ହେଲେ ବିଭାଗ ପକ୍ଷରୁ କୌଣସି ସନ୍ତୋଷଜନକ ଉତ୍ତର ମିଳିନଥିବା ବେଳେ ଏନେଇ ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରାଯାଇଥିଲା ାଏପରିକି ସ୍ଥାନୀୟ ଜନସାଧାରଣ ବିଏସଏନଏଲ କାର୍ଯ୍ୟାଳୟକୁ ମଧ୍ୟ ଘେରାଉ କରିଥିଲେ ା ପୁଣି ଏବେ ସପ୍ତାହରୁ ଅଧିକ ସମୟ ହେଲା ବିଏସଏନଏଲ ‌େସବା ଅଚଳ ହୋଇଥିବା ବେଳେ ତୁରନ୍ତ ଏଡାର ସମାଧାନ ନହେଲେ ଲୋକେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ା

ସମ୍ବନ୍ଧିତ ଖବର