କ୍ୟାଡର ରୁଲ ଦାବି: ୨୬ରୁ ଶିକ୍ଷା ସେବା ଅଧିକାରୀଙ୍କ ସମୂହ ଛୁଟି

ଫୁଲବାଣୀ:କ୍ୟାଡର ରୁଲ ପ୍ରଣୟନ ଦାବିରେ ଆସନ୍ତା ୨୬ରୁ କନ୍ଧମାଳ ଜିଲ୍ଲା ଶିକ୍ଷା ସେବା ଅଧିକାରୀ ସମୁହ ଛୁଟିରେ ଯିବାକୁ ଚେତାବନୀ ଦେଇଛନ୍ତି ା ରାଜ୍ୟ ସ˚ଘ ଆହ୍ବାନ କ୍ରମେ କନ୍ଧମାଳ ଜିଲ୍ଲା ଶାଖା ସ˚ଘ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀ ବିକାଶଚନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆଜି ଅପରାହ୍ନରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି।ଆସନ୍ତା ୨୬ ତାରିଖରୁ ମାଟ୍ରିକ ପରୀକ୍ଷା ନିମନ୍ତେ ଫର୍ମ ପୂରଣ ଆରମ୍ଭ ହେଉଛି। ଏହା ପରେ ପରେ ମାଟ୍ରିକ ପରୀକ୍ଷା ପରିଚାଳନା କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଭଳି ସ୍ଥଳେ ଶିକ୍ଷା ସେବା ଅଧିକାରୀ ସମୂହ ଛୁଟିରେ ରହିଲେ ନାନା ବିଭ୍ରାଟ ହେବାର ଆଶଙ୍କା ରହିଛି। ଏଥି ସହ ଶିକ୍ଷକ ଓ କର୍ମଚାରୀ ଦରମା ପାଇବାରେ ଅସୁବିଧା ହେବ। ସ୍କୁଲଗୁଡିକରେ ଶିକ୍ଷାଦାନ ମଧୢ ବାଧାପ୍ରାପ୍ତ ହେବ। ତେଣୁ ଶିକ୍ଷା ସେବା ଅଧିକାରୀଙ୍କ ଦାବି ଅନୁଯାୟୀ କ୍ୟାଡର ରୁଲ ପ୍ରଣୟନ ରାଜ୍ୟ ସରକାର ତୁରନ୍ତ କରନ୍ତୁ ବୋଲି ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର