ଫୁଲବାଣୀ: ଆସନ୍ତା ୧୮ ତାରିଖରେ କନ୍ଧମାଳ ଲୋକସଭା କ୍ଷେତ୍ରରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ପ୍ରଚାରକୁ ମାତ୍ର ୨ ଦିନ ବାକି ଅଛି। ପ୍ରାର୍ଥୀ ମାନେ ଗୋଟିଏ ପଟେ ପ୍ରଚାର ଅଭିଯାନକୁ ଜୋରଦାର କରିଥିବା ବେଳେ ଅନ୍ୟପଟେ ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ନିମନ୍ତେ ପ୍ରଶାସନ ଓ ପୁଲିସ ପକ୍ଷରୁ ପ୍ରସ୍ତୁତି ବି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ହାତରେ କମ୍ ସମୟ ବାକି ଥିବାରୁ ଭୋଟରଙ୍କୁ ହାତେଇବା ନିମନ୍ତେ ସବୁ ଦଳର ପକ୍ଷରୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚାଲିଛି।
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଭୋଟରଙ୍କୁ ପ୍ରଭାବିତ କରିବା ନିମନ୍ତେ କନ୍ଧମାଳକୁ କାଳେ ଗାଡ଼ିରେ ଟଙ୍କା ବସ୍ତା ଆସିବାରେ ଲାଗିଛି। ଦିନ ଦିପହରରେ ଟଙ୍କା ଗାଡ଼ି ଆସି ହୋଟେଲ୍ ଓ ଲଜରେ ପହଞ୍ଚିବା ପରେ ଭୋଟର ମାନଙ୍କ ନିକଟରେ ଅନ୍ଧାରୀ ବିଜେ ପାଇଁ ନେତା ଓ କର୍ମୀ ମାନେ ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ କରୁଛନ୍ତି। ନିର୍ବାଚନ ପୂର୍ବଦିନ ଏସବୁ ଟଙ୍କା ଭୋଟରଙ୍କୁ ପ୍ରଭାବିତ କରିବା ଉଦ୍ଦେଶ୍ୟରେ ବଣ୍ଟାଯିବ। ଅନ୍ଧାରୀ ବିଜେରେ ସମୟରେ ଏହାର ଉପଯୋଗ ନିହାତି ଜରୁରୀ। ଏନେଇ କେଉଁ ଜାଗାକୁ କେତେ ଟଙ୍କା ଯିବ। କାହା ପାଖକୁ ଯିବ। ସେ ନେଇ ବ୍ଲୁପ୍ରିଣ୍ଟ ଚାଲିଛି। ଏହା ନ କଲେ ନିର୍ବାଚନ ଜିତିବା ଅସମ୍ଭବ ବୋଲି ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ନେତା କହିଛନ୍ତି। ସବୁ ପ୍ରଶାସନ ଓ ଫ୍ଲାଇଂ ସ୍କ୍ବାଡର ଜାଣତରେ ଚାଲିଥିବା ଆଉ ଏକ ଦଳର ନେତା କହିଛନ୍ତି ।
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଫ୍ଲାଇଂସ୍କାଡ୍ ଚଢଉ କରି ଲକ୍ଷ ଲକ୍ଷ ଟଙ୍କା ଜବତ କରିଥିବା ବେଳେ କନ୍ଧମାଳରେ ଆଜି ସୁଦ୍ଧା ଟଙ୍କାଟିଏ ବି ପ୍ରଶାସନର ହାବୁଡରେ ପଡ଼ିନାହିଁ। ଫ୍ଲାଇସ୍କ୍ବାଡ୍ ମାଧ୍ୟମରେ ଯଦି ଜିଲ୍ଲା ପ୍ରଶାସନ କନ୍ଧମାଳରେ ନିର୍ବାଚନରେ କିଛି ଟଙ୍କା କାରବାର ହେଉ ନାହିଁ। ବିନା ଟଙ୍କାରେ ନିର୍ବାଚନ ହେଉଛି ବୋଲି ଅନ୍ୟଙ୍କ ପାଇଁ ବାର୍ତ୍ତା ଦେବାକୁ ଚାହୁଁ ଚାହାନ୍ତି ତାହା ଭଲ କଥା। ହେଲେ ବସ୍ତା ବସ୍ତା ଟଙ୍କା କୁଆଡୁ ଆସୁଛି? କିଏ ପଠାଉଛି ? ଯାଉଛି କୁଆଡେ? ଏନେଇ ଅନେକ ଅସମାହିତ ପ୍ରଶ୍ନ ସୃଷ୍ଟି ହୋଇଛି।
ପ୍ରଚାର ଆଉ ୨ ଦିନ, ୧୮ ତାରିଖରେ ଭୋଟ:ଗାଡ଼ିରେ ବୁହା ହେଉଛି ନୋଟ୍ !
ଅନ୍ଧାରୀ ବିଜେ ପାଇଁ ଲଜରେ ବ୍ଲୁପ୍ରିଣ୍ଟ୍
/sambad/media/post_attachments/wp-content/uploads/2019/04/campiagn-1.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)