କନ୍ଧମାଳରେ ଶୀତ ଲହରୀ ଜାରି, ଦାରିଙ୍ଗବାଡି ଓ ବେଲଘରରେ ପର୍ଯ୍ୟଟକଙ୍କୁ ବାଘ ଭୟ

ତୁମୁଡିବନ୍ଧ: କନ୍ଧମାଳରେ ଏବେ ବି ଶୀତ ଲହରୀ ଜାରି ରହିଛି। ପର୍ଯଟକଙ୍କୁ ଆକୃଷ୍ଟ କରୁଛି ଓଡିଶାର କାଶ୍ମୀର ‘ଦାରିଙ୍ଗବାଡି’ ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ‘ବେଲଘର’। ମାତ୍ର କିଛି ଦିନ ହେବ ପର୍ଯ୍ୟଟକମାନଙ୍କୁ ବାଘ ଭୟ ହୋଇଛି। ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ମନରେ ଭୟ ହେଉଛି ଯେ, କିଛି ଲୋକ ଅସହିଷ୍ଣୁ ହୋଇ ସୋସିଆଲ ମିଡିଆରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ଓ ବେଲଘର ଜଙ୍ଗଲରେ ବାଘ ମାତିଛି ବୋଲି ଫଟୋ ଭାଇରାଲ କରିଛନ୍ତି। ବାଘ ପର୍ଯ୍ୟଟକଙ୍କୁ ଆକ୍ରମଣ କରୁଛି। ଫଳରେ ପର୍ଯ୍ୟଟକଙ୍କ ମନରେ ଭୟ ସୃଷ୍ଟି ହେବା ସ୍ୱାଭାବିକ।

ଦାରିଙ୍ଗବାଡ଼ି ଓ ବେଲଘର ଆସିବା ପୂର୍ବରୁ ପର୍ଯ୍ୟଟକମାନେ ଟିକିଏ ଶଙ୍କା ପ୍ରକାଶ କରୁଛନ୍ତି ଓ ସମ୍ପର୍କୀୟଙ୍କୁ ଏବାବଦରେ ପଚାରି ବୁଝୁଛନ୍ତି। ଏଭଳି ଖବର ଚର୍ଚ୍ଚାର ବିଷୟ ପାଲିଟିଛି କିନ୍ତୁ ଏହି ଗୁଜବ ପ୍ରାୟ ଏକ ସପ୍ତାହ ହେବ ଚର୍ଚ୍ଚା ହେଉଥିବା ବେଳେ ପର୍ଯ୍ୟଟନ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆ ନ ଯିବା ନିନ୍ଦନୀୟ।

ଜାନୁଆରି ୧୭ ପରେ ବି ଜିଲ୍ଲାରେ ଶୀତ ଲହରୀ ଜାରି ରହିଛି। ବୁଧବାର ତାପମାତ୍ରା ରାତ୍ରିରେ ୯ ଡିଗ୍ରି ଓ ଦିନରେ ୧୧ଡିଗ୍ରି ରହିଥିବା ବେଳେ ଗୁରୁବାର ରାତିରେ ୮ ଡିଗ୍ରି ଓ ଦିନ ତମାମ ୧୦ ଡିଗ୍ରି ତାପମାତ୍ରା ରହିଥିଲା। ପର୍ଯ୍ୟଟକମାନେ ଆସି ଫଟୋ ଓ ସେଲ୍‌ଫି ନେଇ ଉପଭୋଗ କରୁଥିବା ବେଳେ ସାଧାରଣ ଲୋକ ଏବେବି କାଠ ଜାଳି ନିଆଁ ପୋଉଛନ୍ତି।

ସମ୍ବନ୍ଧିତ ଖବର