କନ୍ଧମାଳ: କାଳିଆ ଯୋଜନା ତଦାରଖ କଲେ ଜିଲ୍ଲାପାଳ

ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲାରେ ରାଜ୍ୟ ସରକାରଙ୍କ ଲୋକାଭିମୂଖି ଯୋଜନା ‘କାଳିଆ’ରୁ ପ୍ରକୃତ ହିତାଧିକାରୀ ଯେପରି ବାଦ ନପଡିବେ ସେନେଇ ଜିଲ୍ଲାପାଳ ପ୍ରତେକ ବ୍ଲକର ବିଡ଼ିଓ ମାନଙ୍କୁ କଡା ନିର୍ଦେଶ ଦେଇଛନ୍ତି। ଏହି ଯୋଜନା ଠିକ ଭାବରେ ପଞ୍ଚାୟତରେ କାର୍ଯ୍ୟକାରୀ ହେଉଛି ନା ନାହିଁ ଜିଲ୍ଲାପାଳ ଡ଼. ବୃନ୍ଦା ଡ଼ି ନିଜେ ପ୍ରତେକ ପଞ୍ଚାୟତକୁ ବୁଲୁଥିବାର ଦେଖାଯାଇଛି। ତୁମୁଡିବନ୍ଧ ପଞ୍ଚାୟତରେ ମଧ୍ୟ ଆସି ପଞ୍ଚାୟତ କୁ ବୁଲି ଦେଖି ଥିଲେ। ଏହା ଜାନୁଆରି ୧୦ ତାରିଖ ପର୍ଯ୍ୟନ୍ତ କାଳିଆ ଯୋଜନାର ଫର୍ମ ଗ୍ରହଣ କରାଯିବ ବୋଲି କୁହାଯାଇଛି। ତୁମୁଡିବନ୍ଧ ପଞ୍ଚାୟତରେ ୯୦୦ ଫର୍ମ ସଂଗ୍ରହ କରାଯାଇଥିବା ସରପଞ୍ଚ ମୟନ୍ତୀ ପାଟମଝି ଓ ପଞ୍ଚାୟତ ର୍ନିବାହି ଅଧିକାରୀ ଅକ୍ରୁର ମାଝୀ କହିଛନ୍ତି।

ସମ୍ବନ୍ଧିତ ଖବର