କାଳିଆ କାର୍ଯ୍ୟକ୍ରମକୁ ଯାଇ ୮ ଦିନ ହେଲା ଘରକୁ ଫେରି ନାହାନ୍ତି ଚାଷୀ, କାନ୍ଦୁଛନ୍ତି ପରିବାର ଲୋକେ

ପ୍ରଶାସନର ଗାଲୁ, ଖୋଜା ଚାଲିଛି କହିଲେ ବିଡ଼ିଓ

ତୁମୁଡିବନ୍ଧ: କନ୍ଧମାଳ ଜିଲାରୁ ଶହ ଶହ ଚାଷୀ ପୁରୀ ଠାରେ ଶୁଭାରମ୍ଭ ହେଇଥିବା କୃଷକ ମାନଙ୍କ ନିମନ୍ତେ ଲୋକପ୍ରିୟ ଯୋଜନା କାଳିଆ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଚଳିତ ମାସ ୨୪ତାରିଖ ଦିନ ଘରୁ ବାହାରିଥିଲେ। ଘଟଣା ୮ ଦିନ ବିତିଥିବା ବେଳେ ଜଣେ ଚାଷୀ ଘରକୁ ଏଯାଏଁ ଫେରିନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତୁମୁଡିବନ୍ଧ ବ୍ଲକର ବିଳମାଳ ପଞ୍ଚାୟତ ଅନ୍ତର୍ଗତ ଓଡ଼ିଆ ସାହିର ଚାଷୀ ଲିଙ୍ଗରାଜ ଗଉଁତିଆ ଘରକୁ ଫେରି ନାହାନ୍ତି। ଫଳରେ ଘର ଲୋକେ କାନ୍ଦବୋବାଳୀ ଚାଲିଛି।

ସ୍ଥାନୀୟ ସହୃଦୟ ବ୍ୟକ୍ତିମାନେ ଖୋଜା ଖୋଜିରେ ଲାଗିବା ସହ ସୋସିଆଲ ମିଡିଆରେ ପ୍ରଚାର କରୁଛନ୍ତି ଯେ, ଏଭଳି ଲୋକଙ୍କୁ ଦେଖିଲେ ସୂଚନା ଦେବେ। ପ୍ରଶାସନ ଗାଲୁ ମାରୁଛି। କହୁଛି, ଖୋଜା ଚାଲିଛି। ବିଡ଼ିଓ ଜୟଦେବ ଦାଶ ଏନେଇ ତତ୍ପର ନଥିବା ଜଣା ପଡିଛି। ଆଶ୍ୱାସନା ଦେବା ପାଇଁ ନା କୃଷି ବିଭାଗ ସ୍ଥାନୀୟ ଅଧିକାରୀ କିମ୍ବା ସ୍ଥାନୀୟ ବିଡ଼ିଓ କାହାରି ଦେଖା ନାହିଁ। ତେବେ ପରିବାର ଲୋକ ଏବେ କଣ କରିବେ ସେ ନେଇ ଉପାୟ ପାଉ ନାହାନ୍ତି।

ତୁମୁଡିବନ୍ଧ କୃଷି ଅଧିକାରୀ ଜ୍ୟୋତି ରଞ୍ଜନ ମିଶ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ଆମ ବ୍ଲକରୁ ଦୁଇ ଶହ ଚାଷୀ କାଳିଆ ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମ ପାଇଁ ପୁରୀ ଯାଇଥିଲେ କିନ୍ତୁ ଚାଷୀ ନିଖୋଜ ସମ୍ପର୍କରେ ମୋ ପାଖରେ କିଛି ଖବର ନାହିଁ। ବିଡ଼ିଓଙ୍କୁ ପଚାରନ୍ତୁ। ବିଡ଼ିଓଙ୍କୁ ଫୋନରେ ଯୋଗାଯୋଗ କରାଯାଇଥିବା ବେଳେ ଫୋନର କୌଣସି ଉତ୍ତର ମିଳି ନାହିଁ। ତେବେ ଜଣେ ଚାଷୀ ନିଖୋଜ ଖବର ସମ୍ପର୍କରେ ଗଣମାଧ୍ୟମର ପ୍ରତିନିଧିଙ୍କୁ କୃଷି ଅଧିକରୀଙ୍କ ଏଭଳି ଦାଇତ୍ୱହୀନ ମନ୍ତବ୍ୟ ଚାଷୀ ପରିବାରକୁ କି ସ୍ୱାନ୍ତନା ଦେବେ ତାହା ଠିକ ଅନୁମାନ କରାଯାଇପରେ।

ଏଭଳି ଖବର ପରେ ଅନ୍ୟ କିଛି ଚାଷୀମାନେ ମଧ୍ୟ ଅଭିଯୋଗ କରିଛନ୍ତି ଚାଷୀମାନଂକୁ ଠିକରେ ନେବା ଆଣିବା ପାଇଁ ସରକାରୀ ନିର୍ଦେଶ ଥିଲେ ମଧ୍ୟ ଦାୟିତ୍ୱରେ ଥିବା ଅଧିକାରୀମାନେ ଠିକ ସମୟରେ କୌଣସି କାମ କରୁ ନଥିଲେ। ତେଣୁ ଚାଷୀ ନିଖୋଜ ହେବା ନେଇ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର