କନ୍ଧମାଳ: ଦାର୍ଜିଲିଙ୍ଗକୁ ଗଞ୍ଜେଇ ଚାଲାଣ, ୪୦ କିଲେ ଗଞ୍ଜେଇ ସହ ୫ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ଗଞ୍ଜେଇ ଚୋରା ଚାଲାଣକାରୀଙ୍କ ପ୍ରଦୂର୍ଭାବ ବଢ଼ିଛି। ଏଠାରୁ ଅନ୍ୟ ରାଜ୍ୟକୁ ଗଞ୍ଜେଇ ଚାଲାଣ ରକେଟକୁ ଫୁଲବାଣୀ ଟାଉନ ଥାନା ପୁଲିସ ଧରିବାରେ ସକ୍ଷମ ହୋଇଛି। ଖବର ପାଇ ଫୁଲବାଣୀ ସରକାରୀ ମହାବିଦ୍ୟାଳୟ ନିକଟରେ ପୁଲିସ ଛକି ରହିଥିବା ବେଳେ ଫିରିଙ୍ଗିଆ ଆଡୁ ଏକ ଭେରନା କାରରେ ୪୦ କିଲୋ ଗଞ୍ଜେଇ ଭର୍ତ୍ତି କରି ୫ ଜଣ ଯୁବକ ଦାର୍ଜିଲିଙ୍ଗ ଯାଉଥିବା ବେଳେ କାବୁ କରିଥିଲା।

ଗଞ୍ଜେଇ ଚାଲାଣକାରୀମାନେ ଏକ ଅନ୍ତରାଜ୍ୟ ଗଞ୍ଜେଇ ଚାଲାଣ ରକେଟ ବୋଲି ଜଣା ପଡିଛି। ଗିରଫ ବ୍ୟକ୍ତି ମାନେ ହେଲେ ଫୁଲବାଣୀ ଟାଉନ ଥାନା ସାଇନପଡାର ଦୀପକ ବେହେରା(୩୨), ବନ୍ଧଗଡର ବିଶ୍ୱମ୍ବର ଦାସ (୪୦), ପଶ୍ଚିମବଙ୍ଗ ଅଞ୍ଚଳର ଖଲି ଲାବଡ଼ ଗ୍ରାମର ଗାଡି ଚାଳକ ସାଜେମ ଅଲ୍ଲି (୨୯), ଫୁଲବାଣୀ ସ୍ଥିତ ଚୋଆ ଗ୍ରାମର ମସାଦୁଲ ସେକ (୨୪), ପିଅନ ପଡାର ଶିବ ଶମ୍ଭୁ ଦିଗାଲ (୩୨)ଙ୍କୁ ଗିରଫ କରାଯାଇଛି। ଏମାନେ ଏକ ଭେରିନା କାରରେ ୪୦ କିଲୋ ଗଞ୍ଜେଇ ନେଇ ଯାଉଥିବା ବେଳେ ଟାଉନ ଥାନା ପୁଲିସ ଗିରଫ କରିଛି। ଏନେଇ ଫୁଲବାଣୀ ଟାଉନ ଥାନାରେ ୪/୧୯ରେ ଏକ ମାମଲା ରୁଜୁ ହୋଇଛି ବୋଲି ଥାନା ଅଧିକାରୀ ସତ୍ୟବ୍ରତ ରାଉତ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର