ଗୁଣି ସନ୍ଦେହରେ ପୁଲିସ୍‌କୁ ଲଣ୍ଡା କରି ମଇଳା ଖୁଆଇଲେ ଲୋକେ, ୪ ଗିରଫ

କନ୍ଧମାଳ: ଗୁଣିଗାରେଡ଼ି ସନ୍ଦେହରେ ଫୁଲବାଣୀ ଥାନା ବିଡ଼ାଙ୍ଗିସାହିରେ ଜଣେ କନଷ୍ଟେବଲଙ୍କୁ ସ୍ଥାନୀୟ ଲୋକେ ଲଣ୍ଡା କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ ଲୋକମାନେ କନଷ୍ଟେବଲଙ୍କୁ ମଇଲା ମଧ୍ୟ ଖୁଆଇଛନ୍ତି। ଅଭିଯୋଗ ହେବା ପରେ ଘଟଣା ସହିତ ସଂପୃକ୍ତ ଅନ୍ୟ ଜଣେ କନଷ୍ଟେବଲ ଓ ତା’ର ଅନ୍ୟ କିଛି ସହଯୋଗୀଙ୍କୁ ଥାନାରେ ଅଟକ ରଖାଯାଇଛି।

ବିବରଣୀ ହୋଇଛି ଏମିତି। ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ଏସ୍‌ଓଜି ଯବାନ ଅମରେନ୍ଦ୍ର କହଁରଙ୍କ ଭଉଣୀଙ୍କ ଦେହ ୨ ଦିନ ତଳେ ଅସୁସ୍ଥ ଥିବାରୁ ସେ କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ପସରା ଥାନାରେ ଅବସ୍ଥାପିତ କନଷ୍ଟେବଲ ଗୌରାଙ୍ଗ ଚରଣ କହଁର ଗୁଣିଗାରେଡ଼ି ଚିକିତ୍ସା କରୁଥିଲେ। ଏ ନେଇ ସୋମବାର ଅମରେନ୍ଦ୍ର ଓ ଗୌରାଙ୍ଗଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା। ଅମରେନ୍ଦ୍ର ଫୋନରେ ଗୌରାଙ୍ଗଙ୍କୁ ଧମକ ଦେଇଥିଲୋ। ପରେ ଗାଁରେ ବୈଠକ ବସିଥିଲା। ଗାଁ ବୈଠକରେ ଗୌରାଙ୍ଗକୁ ଯୋରଜବରଦସ୍ତ ଦୋଷି ସାବ୍ୟସ୍ତ କରାଯାଇ ମଇଳା ଖୁଆଯାଇଥିଲା ଓ ଲଣ୍ଡା କରାଯାଇ ଛଡ଼ାଯାଇଥିଲା।

ନିଜ ବାପାଙ୍କୁ ଗାଁ ଲୋକଙ୍କ ଦ୍ୱାରା ଏଭଳି ହଇରାଣ ଓ ନିର୍ଯ୍ୟାତନା ଦେବା ପରେ ଝିଅ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ୨୦୨/୧୭ରେ ଏକ ମାମାଲା ରୁଜୁ କରି ମଙ୍ଗଳବାର ୪ଜଣକୁ ଗିରଫ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର