କନ୍ଧମାଳ: ୯୩,୦୦୦ ଗଞ୍ଜେଇ ଗଛ ନଷ୍ଟ

କନ୍ଧମାଳ: ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କ ନିର୍ଦ୍ଦେଶରେ କନ୍ଧମାଳ ପୁଲିସ ଓ ସିଆରପିଏଫ୍‌ର କର୍ମଚାରୀମାନେ ଗୁରୁବାର ୯୩ ହଜାର ଗଞ୍ଜେଇ ଗଛ ନଷ୍ଟ କରି ନିଆଁ ଲଗାଇ ଦେଇଛନ୍ତି। ଗୋଚ୍ଛାପଡ଼ା ଓ ମୁସେଲିପଙ୍ଗା ଗ୍ରାମପଞ୍ଚାୟତ ଅଞ୍ଚଳରେ ଗଞ୍ଜେଇ ଗଛ ନଷ୍ଟ ଅଭିଯାନର ୨ୟ ଦିନରେ ଅପାବୀରୁ, ଖଜୁରୀଗାଁ ଓ ପୀଡ଼ାଙ୍ଗୀ ଗ୍ରାମ ନିକଟରେ ଥିବା ଜଙ୍ଗଲ ଭିତରେ ବ୍ୟାପକ ଗଞ୍ଜେଇ ଚାଷ ସମ୍ପର୍କରେ ପୁଲିସକୁ ପୂର୍ବରୁ ସୂଚନା ମିଳିଥିଲା। ଇଏମ୍‌ ବିଜୟ କୁମାର ପ୍ରଧାନ ଓ ଏସ୍‌ଡିପିଓ ସୁରେନ୍ଦ୍ରନାଥ ମୁର୍ମୁଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ୯୩ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରି ଦିଆଯାଇଛି। ପ୍ରାୟ ୯୩ ହଜାର ଗଞ୍ଜେଇ ଗଛର ମୂଲ୍ୟ ୧୦ କୋଟି ଟଙ୍କା ହେବ ବୋଲି ଅବକାରୀ ବିଭାଗ ଆକଳନ କରିଛି। ଗଞ୍ଜେଇ ବଗିଚାରୁ ପାଣି ପମ୍ପ, ୫ଟି ପାଇପ ଓ ଅନ୍ୟ ବ୍ୟବହୃତ ସାମଗ୍ରୀ ଜବତ ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଅଭିଯାନର ପ୍ରଥମ ଦିନରେ ବୁଧବାର ପ୍ରାୟ ୬ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ଏଠରେ କରାଯାଉଥିବା ଗଞ୍ଜେଇ ଚାଷ ଆଉ କିଛି ଦିନ ପରେ ଅମଳ କରାଯାଇ ଥାଆନ୍ତା। ଅମଳ ପରେ ବ୍ରହ୍ମପୁର ରେଳଷ୍ଟେସନ ଦେଇ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କେରଳ, ଗୁଜରାଟ, ଛତିଶଗଡ଼ ଆଦି ରାଜ୍ୟକୁ ଗଞ୍ଜେଇ ଚାଲାଣ କରାଯାଇ ଥାଆନ୍ତା।

ସମ୍ବନ୍ଧିତ ଖବର