୭୨ କିଲୋ ଗଞ୍ଜେଇ ଜବତ, ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ

କନ୍ଧମାଳ: ଗୋଚ୍ଛାପଡ଼ା ପୁଲିସ ଥାନା ପକ୍ଷରୁ ଶନିବାର ଏକ କାର ଉପରକୁ ଚଢ଼ାଉ କରାଯାଇ ୭୨କିଲୋ ୭୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହିତ ଜଣକୁ ଗିରଫ କରାଯାଇଥିବା ସୂଚନା ମିଳିଛି। ବିଶେଷ ସୂତ୍ରରୁ ସୂଚନା ମିଳିବା ମାତ୍ରେ ପୁଲିସ ପକ୍ଷରୁ ଉର୍ମାଗଢ଼ ଘାଟି ରୋଡ଼ ଦେଇ ଯାଉଥିବା କାର (ଓଡି ୦୨ଇ ୮୨୫୭)କୁ ସନ୍ଧ୍ୟାରେ ଅଟକା ଯାଇଥିଲା। ଯାଞ୍ଚ ବେଳେ ପୁଲିସକୁ ଗଞ୍ଜେଇ ମିଳିଥିଲା। ଟାଟା ଇଣ୍ଡିଗୋରେ ଖଜୁରୀପଡ଼ାର ଅମିତ ବେହେରା ଓ ଗୋଚ୍ଛାପଡ଼ାର ବିଶ୍ୱମିତ୍ର କହଁର ଗଞ୍ଜେଇ ଚାଲାଣ କରୁଥିଲେ। ଘଟଣାସ୍ଥଳରୁ କାର ଚାଳକ ଫେରାର ହୋଇ ଯାଇଥିବା ବେଳେ ସହଯୋଗୀଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର