କନ୍ଧମାଳରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

କନ୍ଧମାଳ: ପୁଣି ଥରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଅଞ୍ଚଳର ଜଣେ ଦିବ୍ୟାଙ୍ଗ ଯୁବତୀ ଗତ ଏପ୍ରିଲ ୧୬ରେ ଶୌଚ ହେବାକୁ ନିକଟସ୍ଥ ଆମ୍ବତୋଟା ଆଡ଼କୁ ଯାଇଥିଲେ। ଏହି ସମୟରେ ଗାଁର ୨ଜଣ ଯୁବକ ଦିବ୍ୟାଙ୍ଗ ଯୁବତୀକୁ ଜୋର ଜବରଦସ୍ତି ଉଠାଇ ନେଇଥିଲେ। ସେମାନେ ୨ ଦିନ ପର୍ଯ୍ୟନ୍ତ ଗଣଦୁଷ୍କର୍ମ କରିବା ପରେ ଏପ୍ରିଲ ୧୮ ସକାଳୁ ଛାଡି ଦେଇଥିଲେ।

ଘରକୁ ଆସିବା ପରେ ଯୁବତୀ ଜଣକ ବିଗତ ୨ଦିନର ଘଟଣା ସମ୍ପର୍କରେ ଅଭିଭାବଙ୍କୁ କହିଥିଲେ। ଏହା ପରେ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ଥାନାରେ ଅଭିଯୋଗ ହେବା ପରେ ଅଭିଯୁକ୍ତମାନେ ଯୁବତୀ ଓ ତାଙ୍କ ପରବାର ସଦସ୍ୟଙ୍କୁ ହତ୍ୟା ଧମକ ଦେଇଛନ୍ତି।

ସୂଚନାଯୋଗ୍ୟ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ପୁଲିସର କାର୍ଯ୍ୟାନୁଷ୍ଠାନ ଦୁର୍ବଳ ହୋଇପଡ଼ିଥିବାର ସୁଯୋଗ ନେଇ ଅପରାଧୀକ ଗତିବିଧି ଅଧିକ ଦେଖାଯାଉଛି। ପ୍ରାୟ ଗୋଟିଏ ମାସ ଭିତରେ ଏକାଧିକ ଦୁଷ୍କର୍ମ ମାମଲା ଲୋକଲୋଚନକୁ ଆସିଛି। ଏଥିରେ ନାବାଳିକା ଗଣଦୁଷ୍କର୍ମ ମାମଲା ମଧ୍ୟ ସାମିଲ ରହିଛି।

ସମ୍ବନ୍ଧିତ ଖବର