ସରକାରୀ ଅର୍ଥ ଆତ୍ମସାତ୍‌ : ପ୍ରଧାନଶିକ୍ଷକଙ୍କୁ ୫ ବର୍ଷ ଜେଲ୍‌

ଫୁଲବାଣୀ : ସରକାରୀ ଅର୍ଥ ଆତ୍ମସାତ ମାମଲାରେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଜଗାଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ସ୍କୁଲର ତତ୍କାଳୀନ ପ୍ରଧାନଶିକ୍ଷକ ନରେଶ ଦିଗାଲଙ୍କୁ ଦୋଷୀ ସାବ୍ୟସ୍ତ କରି ଫୁଲବାଣୀ ସ୍ୱତନ୍ତ୍ର ଜିଜିଲାନସ ଜଜ୍‌ ୫ ବର୍ଷ ଜେଲ ଦଣ୍ଡାଦେଶ ପ୍ରଦାନ କରିଛନ୍ତିି। ଏଥିସହ ୫ ଲକ୍ଷ ୫୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଜରିମାନା ଅର୍ଥ ଅନାଦେୟ, ଶ୍ରୀ ଦିଗାଲଙ୍କୁ ଆହୁରି ଅଧିକ ଗୋଟିଏ ବର୍ଷ ଜେଲଦଣ୍ଡ ଭୋଗିବାକୁ ରାୟରେ କୁହାଯାଇଛି।

ଶ୍ରୀ ଦିଗାଲଙ୍କ ବିରୁଦ୍ଧରେ ୨୦୦୯-୧୦ ଆର୍ଥିକବର୍ଷରେ ସ୍କୁଲର ନୂତନ କୋଠା ଘର ନିର୍ମାଣ ନିମନ୍ତେ ସର୍ବଶିକ୍ଷା ଅଭିଯାନ ପକ୍ଷରୁ ଆସିଥିବା ଅର୍ଥ ଆତ୍ମସାତ୍‌ କରିଥିବା ନେଇ ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର