ବେଆଇନ୍‌ ଅସ୍ତ୍ର ତିଆରି କାରଖାନା ଠାବ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା କଡ଼ିସାରୁ ଗ୍ରାମରେ ଏକ ଘରେ ଚାଲିଥିବା ବେଆଇନ୍‌ ଅସ୍ତ୍ର ତିଆରି କାରଖାନାକୁ ଠାବ କରିଛି ପୁଲିସ। ଏଥିରେ ଅଭିଯୁକ୍ତ ପ୍ରଦୀପ କହଁରକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସହ ତା’ଠାରୁ ଗୋଟିଏ ବନ୍ଧୁକ, ଗୋଟିଏ ପିସ୍ତଲ ଓ ସାତଟି କାଠ ବଟ୍‌ ଏବଂ ବିପୁଳ ପରିମାଣର ଗନ୍‌ ପାଉଡର୍‌ ଜବତ କରିଛି। ଏହି ଘଟଣା କନ୍ଧମାଳ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ କାହା ପାଇଁ ପ୍ରଦୀପ ଅସ୍ତ୍ରଶସ୍ତ୍ର ତିଆରି କରୁଥିଲା ଏନେଇ ଅଧିକ ଖୋଳତାଡ଼ ଜାରି ରହିଛି। ତା’ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି ଓ କେସ୍‌.ନଂ ୨୩ ଅନୁସାରେ ଏକ ମାମଲା ରୁଜୁ ହୋଇଛି। ପ୍ରକାଶଥାଉକି, ଆଜିି ସକାଳେ ଗୋଚ୍ଛାପଡ଼ା ପୁଲିସର ଏକ ଟିମ୍‌ କଡ଼ିସାରୁ ଗାଁରେ ଓ୍ଵାରେଣ୍ଟି ଗିରଫ ପାଇଁ ଚଢଉ କରିଥିବା ବେଳେ ଉକ୍ତ ଘରକୁ ଠାବ କରାଯାଇଥିଲା।

ସମ୍ବନ୍ଧିତ ଖବର