କନ୍ଧମାଳ ଲୋକସଭା ଆସନରେ ୧୨,୫୯,୦୮୮ ଭୋଟର

ଗଂଜାମର ଭଂଜନଗରରେ ସର୍ବାଧିକ ଭୋଟର ଓ ବୁଥ:କନ୍ଧମାଳର ବାଲିଗୁଡାରେ ସର୍ବନିମ୍ବ

ଫୁଲବାଣୀ: କନ୍ଧମାଳ ଲୋକସଭା ୭ଟି ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ। କନ୍ଧମାଳ ଜିଲ୍ଲାର ଫୁଲବାଣୀ,ବାଲିଗୁଡା ଓ ଘୁ.ଉଦୟଗିରି, ଗଂଜାମର ଭଂଜନଗର, ବୌଦ୍ଧର ବୌଦ୍ଧ ଓ କଣ୍ଟାମାଳ ଏବଂ ନୟାଗଡର ଦଶପଲ୍ଲାକୁ ନେଇ କନ୍ଧମାଳ ଲୋକସଭା ଗଠିତ ହୋଇଛି। ଏହି ୭ଟି ନିର୍ବାଚନ ମଣ୍ଡଳୀର ଜନସଂଖ୍ୟା ୧୮ ଲକ୍ଷ ୮୮ହଜାର ୬୩୯ ଜଣ ଥିବା ବେଳେ ଭୋଟର ହେଉଛନ୍ତି ୧୨ ଲକ୍ଷ ୫୯ହଜାର ୮୮ ଜଣ । ଏଥି ନିମନ୍ତେ ସମୁଦାୟ ୧ହଜାର ୫୬୩ଟି ବୁଥ ନିର୍ଦ୍ଧାରଣ ହୋଇଛି। ଭଂଜନଗର ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ଭୋଟର ମତଦାନ କରିବେ। ଏହି ନିର୍ବାଚନ ମଣ୍ଡଳୀରେ ଭୋଟର ସଂଖ୍ୟା ହେଉଛି ୨ ଲକ୍ଷ ୨୭ହଜାର ୪୦୧। ଆଉ ବୁଥ ସଂଖ୍ୟା ବି ସର୍ବାଧିକ। ସମୁଦାୟ ବୁଥ ସଂଖ୍ୟା ହେଉଛି ୨୫୯। ତାପଛକୁ ରହିଛି ଘୁ.ଉଦୟଗିରି। ଏହି ନିର୍ବାଚନ ମଣ୍ଡଳୀରେ ସମୁଦାୟ ଭୋଟର ସଂଖ୍ୟା ୧ ଲକ୍ଷ ୯୩ହଜାର ୧୮୦। ବୁଥ ସଂଖ୍ୟା ୨୫୧। ତାପଛକୁ ରହିଛି ଦଶପଲ୍ଲା। ଏହି ନିର୍ବାଚନ ମଣ୍ଡଳୀରେ ଭୋଟର ସଂଖ୍ୟା ୧ ଲକ୍ଷ ୮୬ହଜାର ୩୫୭ ଓ ବୁଥ ସଂଖ୍ୟା ୨୩୪। ବାଲିଗୁଡା ନିର୍ବାଚନ ମଣ୍ଡଳୀରେ ସର୍ବନିମ୍ନ ଭୋଟର ରହିଛନ୍ତି। ଏହି ନିର୍ବାଚନ ମଣ୍ଡଳୀରେ ସମୁଦାୟ ଭୋଟର ସଂଖ୍ୟା ୧ଲକ୍ଷ ୫୧ହଜାର ୯୯୧। ଏବଂ ସମୁଦାୟ ବୁ୍‌ଥ ସଂଖ୍ୟା ୧୭୮। ସେହିଭଳି ଫୁଲବାଣୀରେ ଭୋଟର ୧ ଲକ୍ଷ ୮୪ ହଜାର ୬୪୯ ଓ ବୁଥ ସଂଖ୍ୟା ୨୩୦। ବୌଦ୍ଧରେ ଭୋଟର ୧ଲକ୍ଷ ୫୫ହଜାର ୯୩୪ ଓ ବୁଥ ସଂଖ୍ୟା ୧୯୪, କଣ୍ଟାମାଳରେ ଭୋଟର ୧ଲକ୍ଷ ୫୯ ହଜାର ୫୭୬ ଓ ବୁଥ ସଂଖ୍ୟା ୨୧୭। ଚଳିତ ନିର୍ବାଚନକୁ ଅବାଧ ଓ ନିରପେକ୍ଷ ଭାବେ ପରିଚାଳନା ନିମନ୍ତେ ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ମତଦାନ ହାର ବୃଦ୍ଧି ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଚାଲିଥିବା ବେଳେ ନିର୍ବାଚନ ଦାୟିତ୍ବରେ ଥିବା ଅଧିକାରୀ ଓ କର୍ମଚାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ମାଓ ପ୍ରବଣ ଅଞ୍ଚଳରେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ କରିବା ନିମନ୍ତେ ପୁଲିସ ଉଦ୍ୟମ ଚଳାଇଥିବା ବେଳେ ଏଥିନିମନ୍ତେ ଆଉ ଅଧିକ ‌ଫୋର୍ସ ମଗାଯାଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର