କନ୍ଧମାଳ: ରବିବାର ଦିନ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ଅଧୀନ ସିମନବାଡ଼ି ରୁ ରାଇକିଆକୁ ପଡ଼ିଥିବା ରାସ୍ତାରେ ମାଓବାଦୀଙ୍କ ବ୍ୟାନର୍ ଓ ପୋଷ୍ଟର୍ ଲାଗିଥିବା କଥା ଲୋକେ ଦେଖିଛନ୍ତି। ସିପିଆଇ ମାଓବାଦୀ ଓଡ଼ିଶା ରାଜ୍ୟ କମିଟି ବୋଲି ଏହି ପୋଷ୍ଟର୍ ସବୁରେ ଉଲ୍ଲେଖ ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗେରୁଆ ଆତଙ୍କବାଦୀ ସଂଘ ପରିବାରର ତାଣ୍ଡବ ଲୀଳାକୁ ବିରୋଧ କରି ଡିସେମ୍ବର ୬ ତାରିଖରୁ ୧୨ ତାରିଖ ଯାଏଁ ପ୍ରତିରୋଧ ସପ୍ତାହ ପାଳନ କରିବାକୁ ଏଥିରେ କୁହାଯାଇଛି। ବ୍ରାହ୍ମଣୀୟ ହିନ୍ଦୁବାଦୀ ଫାସିବାଦ ବିରୋଧରେ ଏକଜୁଟ ହୋଇ ସଂଗ୍ରାମ କରିବା, ଧର୍ମ ନାମରେ ଦଙ୍ଗା ବନ୍ଦ କରିବାକୁ ଚେତାବନୀ, ଗୋରକ୍ଷା ନାଁରେ ମୁସଲମାନ, ଖ୍ରୀଷ୍ଟିଆନ ଓ ଦଳିତ ଆଦିବାସୀଙ୍କ ଉପରେ ହେଉଥିବା ଆକ୍ରମଣକୁ ଏହି ପୋଷ୍ଟର୍ ଓ ବ୍ୟାନର୍ ଜରିଆରେ ବିରୋଧ କରାଯାଇଛି।
ମୋଦି ସରକାରଙ୍କ ମାଓବାଦୀ ନିପାତ ଅଭିଯାନକୁ ବିରୋଧ କରି ନୂତନ ଗଣତାନ୍ତ୍ରିକ ସମାଜ ସ୍ଥାପନ କରିବାକୁ ମାଓବାଦୀଙ୍କ ନେତୃତ୍ୱରେ ସଂଗଠିତ ହେବାକୁ ଏହି ପୋଷ୍ଟର୍ ଓ ବ୍ୟାନର ଦ୍ୱାରା ଆହ୍ଵାନ ଦେଇଛି କମ୍ୟୁନିଷ୍ଟ୍ ମାଓ ସଂଗଠନ।