ନାବାଳିକାକୁ ଗଣଦୁଷ୍କର୍ମ ମାମଲା: ବର୍ଷେ ଟ୍ରାଫିକ୍‌ ସେବା ଯୋଗାଇବ ଅଭିଯୁକ୍ତ ନାବାଳକ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳରେ ଜଣେ ବାଳିକାକୁ ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ନାବାଳକକୁ ଦଣ୍ଡାଦେଶ ପ୍ରଦାନ କରାଯାଇଛି। ଅଭିଯୁକ୍ତ ନାବାଳକ ଗୋଟିଏ ବର୍ଷ ଟ୍ରାଫିକ ସେବା ଯୋଗାଇବ ବୋଲି ଜୁଭେଲାଇନ ଜଷ୍ଟିସ ବୋର୍ଡର ମୁଖ୍ୟ ଅଭିଜିତ୍‌ ପଲେଇ ରାୟରେ କହିଛନ୍ତି।

ଅଭିଯୁକ୍ତ ନାବାଳକ ଜି.ଉଦୟଗିରି ଥାନାରେ ରହି ଗୋଟିଏ ବର୍ଷ ପର୍ଯ୍ୟନ୍ତ ଟ୍ରାଫିକ ସେବା ଯୋଗାଇବ। ଗତ ୨୦୧୫ ମସିହା ସେପ୍ଟେମ୍ବର ୨୯ ସଂଧ୍ୟାରେ ଏହି ଘଟଣା ଘଟିଥିଲା। ନାବାଳିକା ଜଣକ ରାଇକିଆ ବଜାରକୁ ଡ୍ରେସ କିଣିବାକୁ ଆସିଥିଲା। ତାକୁ ଜଣେ ନାବାଳକ ସମେତ ୪ ଅଭିଯୁକ୍ତ ଜବରଦସ୍ତ ଉଠାଇ ନେଇ ଏକ ଜଙ୍ଗଲରେ ଦୁଷ୍କର୍ମ କରିଥିଲେ। ଏ ନେଇ ତାପରଦିନ ରାଇକିଆ ଥାନାରେ ପୀଡିତାର ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା।

ପୁଲିସ ଏହି ମାମଲାରେ ଅଭିଯୁକ୍ତ ନାବାଳକ ସମେତ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାରେ ପୂର୍ବରୁ ୩ ଯୁବକଙ୍କୁ ୨୦ ବର୍ଷ ଲେଖାଏଁ ଜେଲଦଣ୍ଡ ମିଳିଥିବା ବେଳେ ଆଜି ଜୁଭେଲାଇନ ଅଭିଯୁକ୍ତକୁ ଗୋଟିଏ ବର୍ଷ ଟ୍ରାଫିକ ସେବା ଯୋଗାଇ ଦେବାକୁ କୁହାଯାଇଛି। ରାୟ ଶୁୂଣାଣି ସମୟରେ ବୋର୍ଡର ସଦସ୍ୟା ମମତା ଦାସ ଉପସ୍ଥିତ ଥିଲେ। ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ପ୍ରତାପ କୁମାର ପାତ୍ର ମକଦ୍ଦମା ପରିଚାଳନା କରୁଥିଲେ।

—-

ସମ୍ବନ୍ଧିତ ଖବର