କନ୍ଧମାଳ ପୁଲିସକୁ ବଡ଼ ସଫଳତା:ମୋଷ୍ଟ ୱାଣ୍ଟେଡ଼ ମାଓବାଦୀ ସୁଶାନ୍ତ ଗିରଫ

ଗୋଟିଏ ବ୍ୟାଗ ପ୍ରଚାର ପତ୍ର ଜବତ

ଫୁଲବାଣୀ: କିଛି ମାସ ପୂର୍ବେ କନ୍ଧମାଳ ପୁଲିସକୁ ବଡ ସଫଳତା ମିଳିଥିଲା। ପୁଲିସର ଅପରେସନର ୫ ମାଓବାଦୀ ମୃତ୍ୟୁବରଣ କରିଥିବା ବେଳେ ଆଜି ପୁଣି ଏକ ସଫଳତା ମିଳିଛି। କେ‌କେବିଏନ ମାଓ ସଂଗଠନ ସଦସ୍ୟ ମୋଷ୍ଟ ୱାଣ୍ଟେଣ୍ଡ ସୁଶାନ୍ତ ସାହୁକୁ ପୁଲିସ ଗିରଫ କରିଛି। ସୁଶାନ୍ତର ଘର ନୟାଗଡ ଜିଲ୍ଲା ମାଲି‌ବେରେଣି ଗାଁରେ। ସେ କନ୍ଧମାଳରେ ବିଭିନ୍ନ ମାଓ ସଂଗଠନକୁ ପ୍ରଥମେ ସାହାଯ୍ୟ କରୁଥିଲା। ପରବର୍ତ୍ତୀ ସମୟରେ ସେ ମାଓ ସଂଗଠନରେ ସାମିଲ ହୋଇ ଯାଇଥିଲା। କନ୍ଧମାଳରେ ବିଭିନ୍ନ ସମୟରେ ଗୁଳି ବିନିମୟ ଓ ଆକ୍ରମଣରେ ସେ ସଂପୃକ୍ତ ଥିଲା। ଫିରିଙ୍ଗିଆ ଥାନା କଟାରିଘାଟି ଜଙ୍ଗଲରେ ବୁଲୁଥିବା ଖବର ପାଇ ପୁଲିସ ଏକ ଟିମ୍ ଅତର୍କିତ ଚଢାଉ କରିଥିଲା। ପୁଲିସକୁ ଦେଖି ଦୌଡିବାକୁ ଉଦ୍ୟମ କରିଥିଲେ ବି ତାକୁ ଧରି ନେଇଥିଲା। ତା ନିକଟରୁ ଗୋଟିଏ ବ୍ୟାଗ ପ୍ରଚାର ପତ୍ର ପୁଲିସ ଜବତ କରିଛି। ଗିରଫ ମାଓବାଦୀ ସୁଶାନ୍ତକୁ ସଂଧ୍ୟାରେ ଫୁଲବାଣୀ କୋର୍ଟକୁ ଚାଲାଣ କରାଯାଇଛି। ଗତ ମାସ ୧୮ ତାରିଖରେ ହୋଇଥିବା ଗୁଳି ବିନିମୟରେ ସୁକାନ୍ତ ସଂପୃକ୍ତ ରହିଥିଲା ବୋଲି କୁହାଯାଉଛି। ଏମିତି କି କିଛି ଦିନ ହେଲା ବିଭିନ୍ନ ସ୍ଥାନରେ ମରାଯାଇଥିବା ପୋଷ୍ଟରରେ ଏହାର ହାତ ରହିଛି। କନ୍ଧମାଳ ସମେତ ଅନ୍ୟ ଜିଲ୍ଲାରେ ମାଓ କାର୍ଯ୍ୟରେ ସେ କେତେ ସଂପୃକ୍ତି ଅଛି ସେ ନେଇ ଅନୁଧ୍ୟାନ କରାଯାଉଛି ବୋଲି କନ୍ଧମାଳ ଏସପି ପ୍ରତୀକ ଗୀତା ସିଂ କହିଛନ୍ତି।

ସମ୍ବନ୍ଧିତ ଖବର