ବେଆଇନ ଦେଶୀ ମଦ କାରବାର:୯୮ଲିଟର ଜବତ, ୫ କୋର୍ଟ ଚାଲାଣ

ଦାରିଙ୍ଗବାଡ଼ି: ଅଞ୍ଚଳରେ ଦେଶୀ ମଦ କାରବାରକୁ ରୋକିବା ପାଇଁ ଆଜି ଥାନା ଅଧିକାରୀ ତୁଷାରକାନ୍ତ ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଏସ୍‌ଆଇ ଶ୍ରୀକାନ୍ତ ଖମାରୀଙ୍କ ନେତୃତ୍ଵରେ ଏସ୍‌ଆଇ ସଂଗ୍ରାମ ଦେହୁରୀ, ରତିରଞ୍ଜନ ନାୟକ,ଏଏସ୍‌ଆଇ ଆର୍‌ବିଆର୍‌ ରେଡି ଓ ମହିଳା ପୋଲିସ ଭାଗ୍ୟବତୀ ପ୍ରଧାନ ବିଭିନ୍ନ ଗ୍ରାମରେ ଚ଼ଡ଼ାଉ କରି ୫ଜଣଙ୍କ ଠାରୁ ୯୮ଲିଟର ଜବତ କରିବା ସହିତ ପୃଥକ ପୃଥକ କେସ୍‌ରେ କୋର୍ଟ ଚ଼ାଲାଣ କରିଥିବା ଜଣାପଡ଼ିଛି ।
ସନ୍ୟାସି ସାହୁ ଠାରୁ ୧୩ଲିଟର, ଶିବରାମ ସାହୁ ଠାରୁ ୧୦ ଲିଟର, ବିଶ୍ୱାମିତ୍ର ନାୟକ ଠାରୁ ୧୩ ଲିଟର, ଜଳନ୍ଧର ନାୟକ ଠାରୁ ୫୫ଲିଟର ଓ ଥବିର ସାହୁଙ୍କ ଠାରୁ ୭ ଲିଟର ଜବତ କରାଯାଇଛି । କେସ ନଂ ୭୩, ୭୪, ୭୫, ୭୬ ଓ ୭୭/୨୦୧୮ରେ ମକଦ୍ଦମା ରୁଜୁକରି କୋର୍ଟ ଚ଼ାଲାଣ କରାଯାଇ ଥିବା ପ୍ରକାଶ ।

ସମ୍ବନ୍ଧିତ ଖବର