ଭିଜିଲାନ୍ସ ଜାଲରେ ପୌର କିରାଣି

ଫୁଲବାଣୀ : ପରିବାର ପେନସନ୍‌ କରାଇବାକୁ ଜଣେ ଝାଡୁଦାରଙ୍କଠାରୁ ଆଜି ୪୦ ହଜାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଫୁଲବାଣୀ ପୌର କାର୍ଯ୍ୟାଳୟର କିରାଣି ସରୋଜ ସେଠୀ। ଝାଡୁଦାର କ୍ରିଷ୍ଣା ମୁଖୀ ତାଙ୍କ ପରିବାର ପେନସନ୍‌ କାଗଜପତ୍ର ପ୍ରସ୍ତୁତ କରିବାକୁ କିରାଣି ଶ୍ରୀ ସେଠୀଙ୍କୁ କହିଥିଲେ। ଏ ନେଇ ଶ୍ରୀ ସେଠୀ ତାଙ୍କୁ ୪୦ ହଜାର ଟଙ୍କା ଦାବି କରିଥିଲେ। ଏ ବିଷୟରେ କ୍ରିଷ୍ଣା ଫୁଲବାଣୀ ଭିଜିଲାନସ ବିଭାଗକୁ ଜଣାଇଥିଲେ। ଆଜି ପୂର୍ବାହ୍ନ ସାଢେ ୧୧ଟାରେ ସରକାରୀ କ୍ୱାର୍ଟରରେ ଶ୍ରୀ ସେଠୀଙ୍କୁ କ୍ରିଷ୍ଣା ମୁଖୀ ୪୦ ହଜାର ଟଙ୍କା ଦେଇଥିଲେ। ତତ୍‌କ୍ଷଣାତ୍‌ ଭିଜିଲାନସ ଟିମ୍‌ ଚଢାଉ କରି ୪୦ ହଜାର ଟଙ୍କା ସହ ଏକ ବ୍ୟାଗରେ ଥିବା ୨ ଲକ୍ଷ ଟଙ୍କାକୁ ବି ଜବତ କରିଥିଲେ।

ସମ୍ବନ୍ଧିତ ଖବର