ଅଟୋ ଓଲଟିବାରୁ ଜଣେ ଯାତ୍ରୀ ମୃତ, ଅନ୍ୟ ଜଣେ ହସ୍ପିଟାଲରେ ଭର୍ତ୍ତି

କନ୍ଧମାଳ: ସଦର ଥାନା ଅନ୍ତର୍ଗତ ବୋମାଗଡ଼ ଠାରେ ଅଟୋ ଓଲଟି ପଡ଼ିବାରୁ ସୋମବାର ରାତି ୯ଟା ୩୦ରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଫୁଲବାଣୀରୁ ୨ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଅଟୋର ଚାଳକ ବୋମାଗଡ଼ ଠାରେ ଭାରସାମ୍ୟ ହରାଇଥିଲା। ଫଳରେ ଘଟଣା ସ୍ଥଳରେ ଲଙ୍କେଶ୍ୱର ମଲ୍ଲିକ ନାମରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଯାତ୍ରୀଙ୍କୁ ଫୁଲବାଣୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅଟୋ ଚାଳକ ଘଟଣାସ୍ଥଳରୁ ଫେରାର ଅଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳକୁ ପହଞ୍ଚିଛି।

ସମ୍ବନ୍ଧିତ ଖବର