ରିଲାଏନ୍ସ ଟ୍ୟାଙ୍କର ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ, ଜଣେ ଗୁରୁତର

କନ୍ଧମାଳ: ରାଇକିଆ ନିକଟ ମକବାଲି ଚେକ ଗେଟ ପାଖରେ ରବିବାର ଅପରାହ୍ନରେ ରିଲାଏନ୍ସ ଟ୍ୟାଙ୍କର ଧକ୍କା ଦେବାରୁ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲାର ରାଇକିଆରୁ ବାଲିଗୁଡ଼ା ଅଭିମୁଖେ ଯାଉଥିବା ରିଲାଏନ୍ସ ପେଟ୍ରୋଲ ଟ୍ୟାଙ୍କର (ଓଡି ୧୫ଏଫ ୭୯୩୨) ବିପରୀତ ଦିଗରୁ ଆସୁଥିବା ସ୍କୁଟି (ଓଡି ୦୫ ଏଜି ୪୬୯୨)କୁ ମୁହାମୁହିଁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଲରେ କନ୍ଧମାଳ ଜିଲ୍ଲାର ବାଲିଗୁଡା ଅଞ୍ଚଳର ନୂଆସାହି ଗାଁର ଗୋବିନ୍ଦ ବଳିୟାର ସିଂହଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଗୋବିନ୍ଦ କୌଣସି ବ୍ୟକ୍ତିଗତ କାମରେ ମାନସଙ୍କ ସହିତ ଯାଉଥିଲେ।

ଏହି ସଡ଼କ ଦୁର୍ଘଟଣା ପରେ ରାଇକିଆ ଅଗ୍ନିସମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍କୁଟି ପଛରେ ବସିଥିବା କଟକ ଜିଲ୍ଲାର ସାଲେପୁର ଅଞ୍ଚଳର ମାନସ ସାମଲଙ୍କୁ ଗୁରୁତର ଭାବରେ ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ମାନସଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଫୁଲବାଣୀ ମେଡିକାଲକୁ ପଠାଯାଇଛି ବୋଲି ଡ. ସୁବାଷ ଚନ୍ଦ୍ର ମଣ୍ଡଲ କହିଛନ୍ତି।

ସମ୍ବନ୍ଧିତ ଖବର