ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିର ପ୍ରତିବାଦ:ଫୁଲବାଣୀରେ ବିଜେଡିର ବିକ୍ଷୋଭ

ଫୁଲବାଣୀ: କ୍ରମାଗତ ପେଟ୍ରୋଲ ଓ ଡିଜେଲ ଅହେତୁକ ଦରବୃଦ୍ଧି ଖାଉଟିଙ୍କୁ ଚିନ୍ତାରେ ପକାଇଛି । ଏହି ପରିପ୍ରେକ୍ଷୀରେ ଆଜି ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ପ୍ରତିବାଦରେ କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀଠାରେ ବିଜେଡି ବିକ୍ଷୋଭ କରିଛି। ବ୍ଳକ କାର୍ଯର୍୍ୟାଳୟ ସମ୍ମୁଖରେ ବିଜେଡି ଜିଲ୍ଲା ସଭାପତି ସରୋଜ କର୍ଣ୍ଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର, ଫୁଲବାଣୀ ନଗରପାଳ ରାଜେନ୍ଦ୍ର କହଁର, ବିଜେଡି ଜିଲ୍ଲା ସମ୍ପାଦକ କମଳ କୁମାର ବେହେରା, ମହିଳା ଜିଲ୍ଲା ସଭାନେତ୍ରୀ ଅନିମା କହଁର ପ୍ରମୁଖ କେନ୍ଦ୍ର ତୈଳ ଦର ବୃଦ୍ଧି ପ୍ରତିବାଦରେ ସରକାର ବିରୋଧରେ ବର୍ଷିଥିଲେ। ତୈଳ ଦର ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦାୟୀ ବୋଲି କହିଥିଲେ।

ସବୁ ବ୍ଲକ ସଦର ମହକୁମାରେ ତୈଳ ଦରବୃଦ୍ଧିକୁ ନେଇ ବିଜେଡିର ବିକ୍ଷୋଭ କାର୍ଯ୍ୟକ୍ରମ କରିବ ବୋଲି ଜିଲ୍ଲା ସଭାପତି ଶ୍ରୀ କର୍ଣ୍ଣ ପ୍ରକାଶ କରିଥିଲେ। ଶେଷରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଫୁଲବାଣୀ ବିଡିଓ ସୁବ୍ରତ କୁମାର ଜେନାଙ୍କୁ ଦଳ ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲ। ତୈଳ ଦର ବୃଦ୍ଧିକୁ ନେଇ ବିଜେଡିର ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଦଳର ଶିବପ୍ରସାଦ ତ୍ରିପାଠୀ, ପଙ୍କଜ ବେହେରା, ସୁଧୀର କହଁର, ଭଜମନ ପ୍ରଧାନ, ଅନ୍ତର୍ଯ୍ୟାମୀ କହଁର, ଆକାଶ ମହାନ୍ତି, ବିଜୟଚନ୍ଦ୍ର ସାହୁ, ଅନିଲ ମହାନ୍ତି, ଯତୀନ ସାହୁ, ଶ୍ରୀଧର ମହାନ୍ତିଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା,ନେତା ଓ ଶତାଧିକ କର୍ମୀ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର