ଶୀତ: ଫୁଲବାଣୀରେ ତାପମାତ୍ରା ୭.୫ ଡିଗ୍ରି, ଦାରିଙ୍ଗବାଡ଼ିରେ ୧୦ ଡିଗ୍ରି ରେକର୍ଡ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀରେ ସୋମବାର ତାପମାତ୍ରା ୭.୫ ଡିଗ୍ରି ରେକର୍ଡ କରାଯାଇଛି। ଦାରିଙ୍ଗବାଡ଼ି ଅଂଚଳରେ ଫୁଲବାଣୀ ତୁଳନାରେ ସାମାନ୍ୟ ଅଧିକ ତାପମାତ୍ରା ରହିଛି। ଦାରିଙ୍ଗବାଡ଼ିରେ ଆଜି ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ରେକର୍ଡ କରାଯାଇଛି। ଜିଲ୍ଲାର ଅନ୍ୟ ଅଂଚଳରେ ମଧ୍ୟ ଲୋକଙ୍କୁ ଶୀତ ଥରାଉଛି। ଶୀତ ସାଙ୍ଗକୁ କୁହୁଡ଼ି ଆହୁରି ଡରାଉଛି। ସୂର୍ଯ୍ୟକିରଣର ପ୍ରଭାବରେ ଯଦିଓ ଲୋକମାନେ ଦିନ ବେଳା ସାମାନ୍ୟ ଆଶ୍ୱସ୍ତି ପାଉଛନ୍ତି, ତଥାପି ସକାଳ ୯ଟା ପୂର୍ବରୁ ଏବଂ ସନ୍ଧ୍ୟା ୫ଟାରେ ପରେ ବଡ଼ କଷ୍ଟରେ ସମୟ ଅତିବାହିତ କରୁଛନ୍ତି।

ରିପୋର୍ଟ ଅନୁସାରେ ରବିବାର କନ୍ଧମାଳ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୬.୮ ଡିଗ୍ରି ରେକର୍ଡ କରାଯାଇ ଥିଲା। ଜିଲ୍ଲା ସଦର ମହକୁମା ଫୁଲବାଣୀରେ ଏହି ତାପମାତ୍ରା ରେକର୍ଡ କରାଯାଇଥିଲା। ସେହିଭଳି ଓଡ଼ିଶାର କଶ୍ମୀର କୁହାଯାଉଥିବା ‘ଦାରିଙ୍ଗବାଡ଼ି’ରେ ରବିବାର ତାପମାତ୍ରା ୭.୮ ଡିଗ୍ରି ରେକର୍ଡ କରାଯାଇ ଥିବା ବେଳେ ଆଜି ୧୦ ଡିଗ୍ରୀ ରେକର୍ଡ କରାଯାଇଛି।

କନ୍ଧମାଳ ଜିଲ୍ଲାର ଅଧିକାଂଶ ସ୍ଥାନରେ ରାତିସାରା କୁହୁଡ଼ି ରହୁଥିବା ବେଳେ ଦିନ ବେଳା ଏହା ପୂର୍ବାହ୍ନ ୯ଟା ପରେ ହଟୁଛି। ଶୀତ ବଢ଼ିବା ଯୋଗୁଁ ବରିଷ୍ଠ ନାଗରିକମାନଙ୍କୁ ଅଧିକ କଷ୍ଟ ଅନୁଭବ ହେଉଛି। ବୁଢ଼ା-ବୁଢ଼ୀମାନେ ନିଅାଁ ପାଖରେ ବସିବା ପାଇଁ ବ୍ୟାକୁଳ ହୋଇ ପଡୁଛନ୍ତି।

ସମ୍ବନ୍ଧିତ ଖବର