ମା’ ଓ ଝିଅଙ୍କୁ ମାର୍‌ପିଟ୍‌ ଅଭିଯୋଗ : ପୂର୍ବତନ ବିଧାୟକ ଦେବେନ୍ଦ୍ରଙ୍କ ନାଁରେ ମାମଲା

ଫୁଲବାଣୀ : ବିଳମ୍ବିତ ରାତିରେ ଜଣଙ୍କ ଘରେ ପଶି ମା’ ଓ ଝିଅଙ୍କୁ ମାରପିଟ୍‌ କରିବା ଅଭିଯୋଗରେ ଫୁଲବାଣୀ ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କ ନାଁରେ ମାମଲା ରୁଜୁ ହୋଇଛି। ପୁଲିସ୍‌ ଏହି ଘଟଣାକୁ ଗୁରୁତ୍ୱ ଦେବା ସହିତ ଅଭିଯୋଗ ସତ ହୋଇଥିଲେ କାର୍ଯନୁଷ୍ଠାନ ହେବ ବୋଲି କହିଛି।

ଅଭିଯୋଗ ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ପୂର୍ବତନ ବିଧାୟକ ଶ୍ରୀ କହଁର ଗଉଡପଡା ଗାଁକୁ ଯାଇଥିଲେ। ତାଙ୍କ ସହିତ ଗାଡ଼ିର ଡ୍ରାଇଭର ମଧ୍ୟ ଥିଲେ । ସେ ଗାଁର ଜଣଙ୍କ ଘରକୁ ଯାଇ ଗାଳିମନ୍ଦ କରିବା ସହିତ ମା’ ଝିଅଙ୍କୁ ମାଡ଼ପିଟ୍‌ କରିଥିଲେ। ଏଥିରେ ଦୁହେଁ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଏ ନେଇ ସମ୍ପୃକ୍ତ ମହିଳା ଆଜି କନ୍ଧମାଳ ସଦର ଥାନାରେ ଅଭିଯୋଗ କରିଛନ୍ତି। କେସ୍‌ ନଂ ୩୮/୧୮ ଦଫା ୨୯୪, ୩୪୧, ୩୨୩, ୩୫୪ ଓ ୫୦୬ରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଅଭିଯୋଗ ସତ ହୋଇଥିଲେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଏସପି ଉତ୍କଳ ରଂଜନ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର