ରାଇକିଆରେ ରଥଯାତ୍ରା ପ୍ରସ୍ତୁତି

ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆରେ ରଥଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟି ସଭାପତି ସତ୍ୟବାନ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶାନ୍ତିଶୃଙ୍ଖଳାର ସହ ଯାତ୍ରା ସମାପନ କରିବା ଉପରେ ଆଲୋଚନା ହୋଇଥିଲା । ବିଡିଓ ସୁଭଦର୍ତ୍ତେୟ ବାହୀନିପତି ଛେରାପହଁରା କରିବା ପାଇଁ ବୈଠକରେ ନିଷ୍ପତି ହୋଇଥିଲା। ଝରା ଆବାହନ, ଆଜ୍ଞାମାଳ, ପହଣ୍ଡି ବିଜେ, ପୁଜା ଆଳତି ଓ ରଥଟଣା ସମେତ ସମସ୍ତ ଶ୍ରଦ୍ଧାଳୁଙ୍କୁ କାନିକା ଭୋଗ ବଣ୍ଟନ , ସୁରକ୍ଷା ବ୍ୟବସ୍ଥା ଏବଂ ପରିମଳ ବ୍ୟବସ୍ଥା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା ।
ବୈଠକରେ ବିଡିଓ ସୁଭଦର୍ତ୍ତେୟ ବାହୀନିପତି, ଫାୟାର ଅଫିସର ଭି.ଦିଲ୍ଲିପ , ବିଦ୍ୟୁତ ବିଭାଗ ଯନ୍ତ୍ରୀ ସତ୍ୟବ୍ରତ ପାଣିଗ୍ରାହୀ, ଥାନା ଅଧିକାରୀ ନରେଶ ସାହୁ, ଜିଲ୍ଲା ପରିଷଦ ସଭ୍ୟ ଜୁଲିମା ଦଳବେହେରା, ଆର.ମୃତ୍ୟୁଞ୍ଜୟ ପାତ୍ର, ରାଜମୋହନ ଦିଗାଳ, ପଞ୍ଚୁ ପ୍ରଧାନ, ଦୁର୍ଯ୍ୟୋଧନ ଲେଙ୍କା, ବିକ୍ରମ ପାଳ, ବାଇନାଥ ଦାଶ, କିର୍ତ୍ତନ ବେହେରା, ସନ୍ତୋଷ ନାଏକ, ପିକୁଲୁ ସାବତ, ଶିଶିର ସାବତ, ମାନସ କୁମାର ସାହୁଙ୍କ ସମେତ ପୁଜା କମିଟିର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର