ଯୁବ ସମାବେଶରେ କନ୍ଧମାଳ ପାଇଁ ୨୫୦ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ

ଫୁଲବାଣୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର କନ୍ଧମାଳ ଜିଲ୍ଲା ପାଇଁ ୨୫୦ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି। ଯୁବ ସମାବେଶରେ ନବୀନ ଜିଲ୍ଲାର ବିକାଶ ମୂଳକ ପ୍ରକଳ୍ପ ଗୁଡ଼ିକର ନିର୍ମାଣ ପାଇଁ ଏହି ଘୋଷଣା କରିଛନ୍ତି।

ନବୀନ ପଟ୍ଟନାୟକ କନ୍ଧମାଳ ଜିଲ୍ଲାର ଉନ୍ନତି ପାଇଁ ୨୫୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଘୋଷଣା । ମୋଟ୍ ୪ଟି ନୂଆ ପ୍ରକଳ୍ପର ଘୋଷଣା କରିଛନ୍ତି ନବୀନ । ଏଥିମଧ୍ୟରୁ ଖମନଖୋଲ-ଗାଡ଼ିମସ୍କା ରୋଡ଼ର ଉନ୍ନତି ପାଇଁ ୭ କୋଟି ଟଙ୍କା ବ୍ୟୟ ମଞ୍ଜୁର କରିଛନ୍ତି ରାଜ୍ୟ ସରକାର । ବାଲିଗୁଡ଼ା ଏନଏସି ଅଞ୍ଚଳକୁ ପାଇପ୍ ପାଣି ଯୋଗାଇଦେବାକୁ ମୋଟ୍ ୮କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଅନ୍ୟପଟେ କନ୍ଧମାଳ, ଗଞ୍ଜାମ, ଗଜପତି, ନୟାଗଡ ଓ ବୌଦ୍ଧ ଭଳି ୫ଟି ଜିଲ୍ଲାର ବିଜୁ ଯୁବ ବାହିନୀର ସ୍ୱେଚ୍ଛାସେବୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୫୭ କୋଟି ଟଙ୍କାର ୧୯ଟି ପ୍ରକଳ୍ପର ଉଦଘାଟନ କରିବା ସହ ୧୭୭କୋଟି ଟଙ୍କାର ୪୭ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ମୁ୍ଖ୍ୟମନ୍ତ୍ରୀ ।

ଏହି ଅବସରରେ ଯୁବ ବାହିନୀଙ୍କୁ ମୁଖ୍ୟମନ୍ତ୍ରୀ ଉତ୍ସାହିତ କରିବା ବିଭିନ୍ନ ପ୍ରକଳ୍ପର ଉଦଘାଟନରେ ଆପଣମାନେ ଖୁସି ତ ? ବୋଲି ପ୍ରଶ୍ନ କରିଥିଲେ ନବୀନ । ତେବେ ମୁଖ୍ୟମନ୍ତ୍ରୀଙ୍କ ମୁହଁରୁ ଏହି ପରିଚିତ ନାରା ଆପଣମାନେ ଖୁସି ତ ଶୁଣି ଯୁବବାହିନୀ ମଧ୍ୟ ଉତ୍ତର ରଖିଛନ୍ତି ।

ସମ୍ବନ୍ଧିତ ଖବର