ଲାଞ୍ଚ ମାମଲାରେ ଏସଡିଓଙ୍କୁ ୪ ବର୍ଷ ଜେଲ୍‌

ଫୁଲବାଣୀ : ନୂତନ ବିଦ୍ୟୁତ ସଂଯୋଗ ପାଇଁ ଉପଭୋକ୍ତାଠାରୁ ଲାଞ୍ଚ ନେବା ମାମଲାରେ ଜି.ଉଦୟଗିରି ସାଉଥକୋ ସେକ୍ସନର ତତ୍କାଳୀନ ଏସଡିଓ ତଥା ବର୍ତ୍ତମାନ ଫୁଲବାଣୀ ଡିଭିଜିନର ଏସଡିଓ(ଏଷ୍ଟିମେଟ) ନିହାର ରଂଜନ ପଟ୍ଟନାୟକଙ୍କୁ ୪ ବର୍ଷ ଜେଲଦଣ୍ଡ ଓ ୧୫ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରାଯାଇଛି । ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନସ୍‌ ଜଜ୍‌ ବିରଞ୍ଚିନାରାୟଣ ମିଶ୍ର ଏହି ମାମଲାର ବିଚାର କରି ଅଭିଯୁକ୍ତ ଏସଡ଼ିଓଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି। ଜରିମାନା ଅର୍ଥ ଅନାଦେୟ ସ୍ଥଳେ ଅଧିକ ୩ ମାସ ଜେଲଦଣ୍ଡ ଭୋଗିବାକୁ ରାୟରେ କୁହାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ୨୦୦୯ ମସିହା ଡିସେମ୍ବର ୩୧ ତାରିଖରେ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନସ ଟିମ୍‌ ହାତରେ ଧରାପଡ଼ିଥିଲେ ନିହାର ରଂଜନ।

ସମ୍ବନ୍ଧିତ ଖବର