ଫସଲ ନଷ୍ଟ ଯୋଗୁଁ କନ୍ଧମାଳରେ ଜୀବନ ହାରିଲେ ଚାଷୀ

ଗୋଟିଏ ଦିନରେ ୩ଜଣ ଚାଷୀଙ୍କ ମୃତ୍ୟୁ

ଭୁବନେଶ୍ୱର/କନ୍ଧମାଳ: ଫସଲ ନଷ୍ଟ ହେବାରୁ ମଙ୍ଗଳବାର କନ୍ଧମାଳ ଜିଲ୍ଲାର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ ବେଲଘର ଅଞ୍ଚଳର ଚାଷୀ କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି। ଗୁମା ପଞ୍ଚାୟତର ସାଲାପାଟା ଗ୍ରାମର ବୁଣ୍ଡୁ ନାୟକଙ୍କ ପ୍ରଥମେ ବେଲଘର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ତୁମୁଡ଼ିବନ୍ଧ ହସ୍ପିଟାଲ ନେବା ବେଳେ ବାଟରେ ମୃତ୍ୟୁ ହୋଇଥିଲା।

ସୂଚନାଯୋଗ୍ୟ, ଋଣ ଭାର ସହି ନପାରି ଭଦ୍ରକ ଜିଲ୍ଲାର ତିହିଡି ବ୍ଲକ ବରସରା ଗ୍ରାମପଞ୍ଚାୟତର କେଳାସାହି ଗ୍ରାମର ଚାଷୀ ଭାବଗ୍ରାହୀ ଦାସ(୬୨) ଓ ବରଗଡ଼ ଜିଲ୍ଲାର ଗୋବିନ୍ଦ ଆଚାର୍ଯ୍ୟ(୫୫) ଆତ୍ମହତ୍ୟା କରିଥିଲେ। ବରଗଡ଼ ଜିଲ୍ଲା ଭଟଲି ବ୍ଳକ ଅନ୍ତର୍ଗତ ଟୁକୁର୍ଲା ଗ୍ରାମର ଗୋବିନ୍ଦ ସୋମବାର ଘର ପଛ ପଟେ ବିଷ ପିଇବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ବରଗଡ଼ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବୁର୍ଲା ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମଙ୍ଗଳବାର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର