କନ୍ଧମାଳ: ଅଜଣା ଗାଡ଼ି ଧକ୍କାରେ ଗଲା ୨ ସ୍କୁଲ ଛାତ୍ରଙ୍କ ଜୀବନ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରୁକୁଡ଼ି ଘାଟିରେ ଅଜଣା ଗାଡ଼ି ଧକ୍କା ଦେବାରୁ ୨ ଜଣ ସ୍କୁଲ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଛାତ୍ର ଦ୍ୱୟଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି। ଅଭିଯୁକ୍ତକୁ ଗିରଫ ଓ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ସ୍ଥାନୀୟ ଲୋକେ ରାସ୍ତାରୋକ କରି ଥିବାରୁ ଯାତାୟତ ପ୍ରଭାବିତ ହୋଇଛି। ଦୁର୍ଘଟଣାରେ ସିପୁନ ବେହେରା ଏବଂ ରାଜକିଶୋର କହଁରଙ୍କ ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର