ଦାରିଙ୍ଗବାଡ଼ିରେ ଭ୍ରାମ୍ୟମାଣ ଅଦାଲତ

ଦାରିଙ୍ଗବାଡ଼ି: ଦାରିଙ୍ଗବାଡ଼ି ପ୍ରଥମଶ୍ରେଣୀ ବିଚ଼ାର ବିଭାଗ ଅଦାଲତ ପକ୍ଷରୁ ଦାରିଙ୍ଗବାଡ଼ି ଚ଼ାରିଛକ ଠାରେ ଭ୍ରାମ୍ୟମାଣ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ବିଚାରପତି ମୋନାଲିସା ପଟ୍ଟନାୟକ ବ୍ଲକର ୧୦୭ ମୋଟରଯାନ ମକଦ୍ଦମାର ବିଚାର କରି ଫଇସଲା କରିଥିଲେ । ଏଥିରେ ଜୋରିମାନା ବାବଦକୁ ୨୫ହଜାର ୪୦୦ଟଙ୍କା ଆଦାୟ କରାଯାଇଥିଲା । କାର୍ଟ କର୍ମଚ଼ାରୀ ସୁଜନ ବେହେରା, ବଦ୍ରୀନାଥ ମିଶ୍ର, ଚ଼ନ୍ଦନ ଶତପଥୀ, ସାଜେନ ମଝି ଓ ସରକାରୀ ଓକିଲ ଦିଲ୍ଲିପ କୁମାର ବଳିଆର ସିଂ ଏହି ଭ୍ରାମ୍ୟମାଣ ଅଦାଲତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଦାରିଙ୍ଗବାଡ଼ି ଥାନା ଅଧିକାରୀ ଶ୍ରୀକାନ୍ତ ଖମାରି , ସେକଣ୍ଡ ଅଫିସର ଚ଼ନ୍ଦ୍ରିକା ସ୍ୱାଇଁ, ଏଏସଆଇ ଆରବିଆର ରେଡ୍ଡୀ ଓ ପୋଲିସ୍‌ ଫୋର୍ସ ମୁତୟନ ହୋଇ ଗାଡ଼ିମୋଟର ଯାଞ୍ଚ କରିଥିଲେ ।

ସମ୍ବନ୍ଧିତ ଖବର