ଭେଟଖୋଲ ଘାଟିରେ ପୁଣି ଦୁର୍ଘଟଣା :ଅଟୋକୁ ପିଟିଲା ଟ୍ରକ, ଚାଳକ ସହ ୫ ଯାତ୍ରୀ ଆହତ

ଫୁଲବାଣୀ:ଫୁଲବାଣୀ-ବୌଦ୍ଧ ରାସ୍ତା ଭେଟଖୋଲ ରାସ୍ତାରେ ଗତ କିଛି ମାସ ପୂର୍ବେ ଏକ ବସ ଦୁର୍ଘଟଣା ହୋଇଥିବା ବେଳେ ଆଜି ମାଲବୋଝେଇ ଟ୍ରକ ଏକ ଯାତ୍ରୀବାହୀ ଅଟୋକୁ ଜୋରରେ ଧକ୍କା ଦେଇଛି। ଏଥିରେ ଅଟୋ ଚାଳକ ଓ ୫ ଯାତ୍ରୀ ଆହତ ହୋଇଛନ୍ତି। ସେଥି ମଧୢରୁ ଜଣେ ଯାତ୍ରୀର ଅବସ୍ଥା ଗୁରୁତର ରହିଛି। ଘଟଣାଟି ଆଜି ଅପରାହ୍ନ ୫ଟାରେ ଘଟିଛି। ଓଡି-୧୨ଏ-୦୬୪୬ ନମ୍ବର ଏକ ଅଟୋ ବୌଦ୍ଧ ଜିଲ୍ଲା ଚାରିଛକରୁ ୫ ଜଣ ଯାତ୍ରୀକୁ ଧରି ଫିରିଙ୍ଗିଆକୁ ଯାଉଥିଲେ। ଏହି ସମୟରେ ସାରଙ୍ଗଗଡରୁ ବରଗଡକୁ ଯାଉଥିବା ଓଆର-୧୫-ଏନ-୩୨୭୮ ନମ୍ବର ଏକ ମାଲବୋଝେଇ ଟ୍ରକ ଭେଟଖୋଲ ଘାଟି ନିକଟକରେ ଅଟୋକୁ ଜୋରରେ ଧକ୍କା ଦେଇଥିଲେ। ଏଥିରେ ଅଟୋର ସମ୍ମୁଖ ଭାଗ ଚୁରମାର ହୋଇଥିବା ବେଳେ ଚାଳକ ପ୍ରଦୀପ ବେହେରା(୩୮) ଏବ˚ ବସିଥିବା ଯାତ୍ରୀ ଦୀପା ବେହେରା(୨୨),ସୁଦିପ୍ତା ରାଉତ(୪୮), ବାସନ୍ତୀ ଦାସ(୪୩), ସୁଚିତ୍ରା ରାଉତ(୨୨) ଏବ˚ ବାବୁଲା ବେହେରା(୩୨) ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧୢରୁ ଦୀପା ବେହେରାଙ୍କ ଗୁରୁତର ଥିବା ଡାକ୍ତରଖାନା ସୁତ୍ରରୁ ଜଣା ପଡିଛି। ସଦର ପୁଲିସ ପହଞ୍ଚି ଦୁର୍ଘଟଣାଗସ୍ତ ଅଟୋ ଓ ଟ୍ରକକୁ ଜବତ କରିଛି। ଟ୍ରକ ଚାଳକ ଫେରାର ହୋଇ ଯାଇଛି। ବେପରୁଆ ଓ ଦ୍ରୁତଗତିରେ ଗାଡି ଚାଳନା ଯୋଗୁଁ ଭେଟଖୋଲ ଘଟି ବୁଲାଣି ରାସ୍ତାରେ ଅଧିକା˚ଶ ସମୟରେ ଦୁର୍ଘଟଣା ଘଟୁଛି। ଦୁର୍ଘଟଣାକୁ ରୋକିବା ନିମନ୍ତେ ଏ ଦିଗରେ ଆଞ୍ଚଳିକ ପରିବହନ ବିଭାଗ ଓ ପୁଲିସ ଦୃଷ୍ଟି ଦେବା ଜରୁରି ହୋଇ ପଡିଛି।

ସମ୍ବନ୍ଧିତ ଖବର