ଆମ୍ବୁଲାନ୍ସ ନଆସିବାରୁ ଜଙ୍ଗଲ ରାସ୍ତାରେ ଶିଶୁ କନ୍ୟା ଜନ୍ମ କଲେ ମହିଳା

କନ୍ଧମାଳ: ରାଜ୍ୟ ସରକାର ମହିଳା ଓ ଶିଶୁ ମଙ୍ଗଳ ପାଇଁ ଏକାଧିକ ଯୋଜନା ଆରମ୍ଭ କରିଛନ୍ତି କିନ୍ତୁ ପରିଚାଳନା ଗତ ତ୍ରୁଟି ଯୋଗୁଁ ଏଥିରୁ ଦୁର୍ଗମ ଅଞ୍ଚଳରେ ରହୁଥିବା ମହିଳାଙ୍କୁ ସୁବିଧା ମିଳି ପାରୁ ନାହିଁ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅବସ୍ଥା ଆହୁରି ସାଂଘାତିକ ହୋଇ ପଡ଼ିଛି। ଏମିତି ଏକ ଜ୍ୱଳନ୍ତ ଉଦାହରଣ ଶନିବାର କନ୍ଧମାଳ ଜିଲ୍ଲାରେ ଦେଖିବାକୁ ମିଳିଛି। ଗୋଚ୍ଛାପଡ଼ା ଥାନା ଅନ୍ତର୍ଗତ ମୁଣ୍ଡାସାହିରେ ଆମ୍ବୁଲାନ୍ସ ନଅସିବାରୁ ଜଣେ ମହିଳାଙ୍କୁ ଜଙ୍ଗଲ ରାସ୍ତାରେ ପିଲା ଜନ୍ମ କରିବାକୁ ପଡ଼ିଛି। ପ୍ରସବ ବେଦନା ପୂର୍ବରୁ ପରିବାର ପକ୍ଷରୁ ସରକାରୀ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା କନ୍ତୁ ଏହା ଆସି ନଥିଲା।

ସମ୍ବନ୍ଧିତ ଖବର