ବୈତରଣୀର ଶାଖା କଣି ନଦୀରେ ଦୁଇଟି ଘାଇ, ଗ୍ରାମବାସୀଙ୍କ ମନରେ ପଶିଲା ଛନକା

ଯାଜପୁର: ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବୈତରଣୀ ନଦୀ ଫୁଲିବା ଆରମ୍ଭ କରିଥିଲା। ଯାଜପୁର ଜିଲ୍ଲାରେ ୯୪୧ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ବୈତରଣୀର ଶାଖା କଣି ନଦୀରେ ମଙ୍ଗଳବାର ଦୁଇଟି ଘାଇ ସୃଷ୍ଟି ହୋଇଛି। ଗୋଟିଏ ଘାଇ ୪୦ଫୁଟର ଥିବା ବେଳେ ଅନ୍ୟଟି ୮୦ଫୁଟର ଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଜି ଅପରାହ୍ନରେ ଦୁଦୁରାନ୍ତ ପଞ୍ଚାୟତ କଣ୍ଟାପଡ଼ା ଠାରେ ବୈତରଣୀର ଶାଖା କଣି ନଦୀରେ ଦୁଇଟି ଘାଇ ସୃଷ୍ଟି ହୋଇଥିଲା। ଦୁଇଟି ଘାଇ ମଧ୍ୟରୁ ଗୋଟିଏ ଘାଇ ୪୦ଫୁଟ ଓ ଅନ୍ୟଟି ୮୦ଫୁଟର ଥିବା ରେକର୍ଡ କରାଯାଇଛି। ତେବେ ଦୁଇଟି ବଡ଼ବଡ଼ ଘାଇ ସୃଷ୍ଟି ହୋଇଥିବା ହେତୁ ୬ଟି ଗ୍ରାମପଞ୍ଚାୟତର ଚାଷଜମି ବୁଡ଼ି ଯାଇଛି। ଘାଇକୁ ଦେଖି ଗ୍ରାମବସୀଙ୍କ ମଧ୍ୟରେ ଛନକା ପଶି ଯାଇଛି।

ସେହିପରି ବୈତରଣୀ ଫୁଲୁଥିବାରୁ ତଟବର୍ତ୍ତୀ ଅଞ୍ଚଳର ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା। ବର୍ଷା କମି ଯାଇଥିଲେ ମଧ୍ୟ ଯାଜପୁର ଜିଲ୍ଲାର କୋରେଇ ଏବଂ ଦଶରଥପୁର ବ୍ଳକର ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକେ ଏବେ ବି ଆତଙ୍କିତ ଅବସ୍ଥାରେ ରହିଛନ୍ତି।

ସମ୍ବନ୍ଧିତ ଖବର