କେନ୍ଦ୍ରାପଡ଼ାରେ ପ୍ରଥମ ସମଲିଙ୍ଗୀ ବିବାହ ସମ୍ପନ୍ନ

କେନ୍ଦ୍ରାପଡ଼ା: ଗତ ଶନିବାର କେନ୍ଦ୍ରାପଡ଼ାରେ ଏକ ସମଲିଙ୍ଗୀ ବିବାହ ସମ୍ପନ୍ନ ହୋଇଛି। ଏଭଳି ଏକ ଘଟଣା ପଟ୍ଟାମୁଣ୍ଡାଇରେ ଦେଖିବାକୁ ମିଳିଛି। ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ବସବାସ କରୁଥିବା ଜଣେ ଯୁବତୀ ମହାକାଳପଡ଼ା ଅଞ୍ଚଳର ଯୁବତୀଙ୍କୁ ବିବାହ କରିଛନ୍ତି। କେନ୍ଦ୍ରାପଡ଼ା ନୋଟାରୀଙ୍କ ଜରିଆରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଏହି ଦୁଇ ଯୁବତୀ ସାଙ୍ଗ ହୋଇ ଗୋଟିଏ ଶ୍ରେଣୀରେ ପାଠ ପଢୁଥିଲେ। ପରେ କଟକରେ ଗୋଟିଏ କମ୍ପାନିରେ ଚାକିରି ମଧ୍ୟ କଲେ। ତେବେ ନିକଟରେ ଉଭୟ ସାଥୀ ହୋଇ ରହିବେ ବୋଲି ସ୍ଥିର କରିଥିଲେ । ପରେ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତିକୁ ଦୁହେଁ ସେମାନେ ଘରେ ମଧ୍ୟ ଜଣାଇଥିଲେ। ହେଲେ ପରିବାର ଲୋକେ ଏଭଳି ନିଷ୍ପତ୍ତିରେ ରାଜି ନଥିଲେ।

ପରିବାରର ବିରୋଧର ସମ୍ମୁଖୀନ ହେବା ପରେ ଉଭୟେ ନୋଟାରୀରେ ବିବାହ କରିଥିଲେ। ଏହି ଘଟଣାକୁ ନେଇ ଉଭୟଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ନାହିଁ।

ସମ୍ବନ୍ଧିତ ଖବର