ମୁଣ୍ଡରେ ଟୋପିି, ହାତରେ ଗ୍ଲୋବ ଲଗାଇ ଅଳିଆ ଉଠାଇଲେ ଜିଲ୍ଲାପାଳ

କେନ୍ଦ୍ରାପଡ଼ା: ପରିବେଶ ସୁସ୍ଥ ରହିଲେ ଆମେ ସମସ୍ତେ ସୁସ୍ଥ ରହିବା। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର ଦେଶରେ ସ୍ୱଚ୍ଛ ଭାରତ ଅଭିଯାନ ଚଳାଇଛନ୍ତି। ତେବେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଳା। ସବୁବେଳେ ଆମେ ସ୍ୱଚ୍ଛତା ପାଇଁ ସଫେଇ କର୍ମଚାରୀଙ୍କ ଉପରେ ନିର୍ଭର କରୁଥାନ୍ତି। ମାତ୍ର ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳ ରୁଘୁଜୀ ନିଜେ ହାତରେ ସଫେଇ ଗ୍ଳୋବ୍‌ ଲଗାଇ ନିଜର ଅନ୍ୟ ସହକର୍ମୀଙ୍କ ସହିତ କେନ୍ଦ୍ରାପଡ଼ା ସହରରେ ସଫେଇ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଥିଲା।
କେନ୍ଦ୍ରାପଡ଼ା ସହରର ନୂଆ ବସଷ୍ଟାଣ୍ଡ ନିକଟରେ ଥିବା କାକଟ ଲକ୍‌ ଛକରେ ପଡ଼ିଥିବା ଅଳିଆ ଆବର୍ଜନାକୁ ଜିଲ୍ଲାପାଳ ରଘୁଜୀ ଓ ତାଙ୍କ ସହକର୍ମୀମାନେ ଉଠାଇ ମୁନିସିପାଲିଟିର ଟ୍ରାକ୍ଟରରେ ପକାଇବା ସହିତ ଏହାକୁ ସହର ବାହାରକୁ ପଠାଇଥିଲେ। ଜିଲ୍ଲାପାଳ ନିଜେ ମୁଣ୍ଡରେ ଟୋପି ଓ ହାତରେ ଗ୍ଲୋବ ଲଗାଇ ସଫେଇ କରୁଥିବା ଦେଖି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବହୁ କର୍ମଚାରୀ ଓ କେନ୍ଦ୍ରାପଡ଼ା ପୌରସଂସ୍ଥାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ ମଧ୍ୟ ନିଜ ସହକର୍ମୀଙ୍କ ସହିତ ଆସି ଏହି ସଫେଇ ଅଭିଯାନରେ ସାମିଲ ହୋଇଛନ୍ତି। ଏହାକୁ ନେଇ ଆଜି ସକାଳୁ ସହରରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ସମ୍ବନ୍ଧିତ ଖବର