କେନ୍ଦ୍ରାପଡ଼ା: ୭ ବର୍ଷର ଛାତ୍ରୀ ସହ ଟ୍ୟୁସନ୍‌ ସାର୍‌ କରୁଥିଲା ଦୁଷ୍କର୍ମ, ଉଠାଉଥିଲା ଭିଡିଓ : ଶେଷରେ ପରିବାର ଲୋକଙ୍କ ହାତରେ ପଡ଼ିଲା ଭିଡିଓ

କେନ୍ଦ୍ରାପଡ଼ା: ଦୁଷ୍କର୍ମ ମାମଲାକୁ ନେଇ ଆଇନ ଯେତେ କଡ଼ା ହେଉଛି ମାମଲା ଥମିବା ବଦଳରେ ବଢ଼ି ବଢ଼ି ଚାଲିଥିବାର ଦେଖିବାକୁ ମିଳୁଛି। ଗତ ଗୁରୁବାର ଦିନ କେଣାର୍କ ନୟାହାଟ ଫାଣ୍ଡି ଅଞ୍ଚଳର ଯୋଗେଶ୍ୱରପୁରରେ ଜଣେ ୯ବର୍ଷର ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଶୁଣିବାକୁ ମିଳିଥିଲା। ତେବେ ଶନିବାର ଅପରାହ୍ନରେ କେନ୍ଦ୍ରାପଡ଼ା ଜିଲ୍ଲା ନିକିରେଇ ଥାନା ଅଞ୍ଚଳରେ ଜଣେ ଟ୍ୟୁସନ୍‌ ଶିକ୍ଷକଙ୍କ ଦ୍ୱାରା ଜଣେ ୭ବର୍ଷର ଛାତ୍ରୀ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ଟ୍ୟୁସନ୍‌ ଶିକ୍ଷକ ଗଣେଶ ନାୟକ ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ କରୁଥିଲା। କେବଳ ଏତିକି ନୁହେଁ, ଦୁଷ୍କର୍ମ ସମୟର କିଛି ଫଟୋ ଉଠାଇବା ସହିତ ଭିଡିଓ ବି  ରେକର୍ଡିଂ କରିଥିଲା। କୌଣସି କ୍ରମେ ଏହି ଭିଡିଓ ପୀଡିତାଙ୍କ ପରିବାର ଲୋକଙ୍କ ପାଖରେ ପହଞ୍ଚି ଯାଇଥିଲା। ଏହାପରେ ପରିବାର ଲୋକ ଏହି ଟ୍ୟୁସନ୍‌ ସାର୍‌ର କାରନାମା ସମ୍ପର୍କରେ ଗାଁଲୋକଙ୍କୁ ଜଣାଇଥିଲେ। ଗତରାତିରେ ଗାଁଲୋକ ଗଣେଶ ନାୟକକୁ ଅଟକ ରଖିଥିଲେ। ଶନିବାର ଟ୍ୟୁସନ୍‌ ସାର୍‌ ଗଣେଶକୁ ପୁଲିସ ଜିମା ଦେଇଥିଲେ। ପୁଲିସ ତାଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ତେବେ ସେ  ଦୋଷ ସ୍ୱୀକାର କରିଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର