କେନ୍ଦ୍ରାପଡ଼ା ସମଲିଙ୍ଗୀ ବିବାହ ଘଟଣା: ୧୬୪ରେ ବୟାନ ରେକର୍ଡ ପରେ ସୁଧାର ଗୃହକୁ ଗଲେ ଦୁଇ ଯୁବତୀ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ନୋଟାରିରେ ଏକ ସମଲିଙ୍ଗୀ ବିବାହକୁ ନେଇ ବିବାଦ ପରେ ପଟ୍ଟାମୁଣ୍ଡେଇ ପୁଲିସ୍‌ ଉଭୟ ଯୁବତୀଙ୍କୁ ଥାନାକୁ ଆଣିଥିଲା। ଏହାପରେ ଉଭୟଙ୍କୁ ପୁଲିସ୍‌ ମଙ୍ଗଳବାର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରିଥିଲା। ଧାରା ୧୬୪ରେ ଉଭୟଙ୍କ ବୟାନ ରେକର୍ଡ କରାଯିବା ପରେ ଉଭୟଙ୍କୁ ୧୫ଦିନ ସୁଧାର ଗୃହକୁ ପଠାଯାଇଛି।

ଏହି ସମଲିଙ୍ଗୀ ବିବାହ ଓଡ଼ିଶାରେ ପ୍ରଥମ। ବର୍ଷ ବର୍ଷ ଧରି ଉଭୟଙ୍କ ଭିତରେ ଗଢ଼ି ଉଠିଥିବା ସମ୍ପର୍କରେ ବାଧା ସୃଷ୍ଟି କଲେ ଅଥବା ସେମାନଙ୍କୁ ଅଲଗା କରିବାକୁ ଉଦ୍ୟମ କଲେ ସେମାନେ ଆତ୍ମହତ୍ୟା କରିବେ ବୋଲି ଦୁଇ ଯୁବତୀ ବୟାନ ଦେଇଛନ୍ତି। କିଛିଦିନ ତଳେ ପଟ୍ଟାମୁଣ୍ଡେଇ ଥାନାରେ ଉଭୟଙ୍କୁ ହାଜର କରାଯିବା ପରେ ସିଆରପିସି ୧୬୧ରେ ବୟାନ ରେକର୍ଡ କରାଯାଇଥିଲା।

ଅନ୍ୟପକ୍ଷରେ ତାଙ୍କ ଝିଅକୁ ଫସାଇ ଦିଆଯାଇଛି ବୋଲି ପଟ୍ଟାମୁଣ୍ଡେଇ ଅଞ୍ଚଳର ଯୁବତୀଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର