ଗଣେଶ ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ ଘଟଣା:ଥାନାରେ ତିନି ଅଭିଯୁକ୍ତ ଅଟକ

କେନ୍ଦ୍ରାପଡା: କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଓସ୍ତପୁର ପଞ୍ଚାୟତର ନାଗପୁରା ଗ୍ରାମରେ ଗତ ୧୬ ତାରିଖ ରାତି ପ୍ରାୟ ଗୋଟାଏ ସମୟରେ ଗଣେଶ ଭସାଣିରେ ମାଇକ ବଜାଇବାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ଏହି ଘଟଣାରେ ଜଣେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ସଦର ଥାନା ପୁଲିସ୍‌ ଆଜି ୩ ଜଣଙ୍କୁ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ ହରିଜନ ସାହିର କିଛି ଯୁବକ ଭସାଣି ସମୟରେ ଗଣେଶ୍ୱର ପ୍ରଧାନଙ୍କ ଘର ସାମ୍ନାରେ ଉଚ୍ଚ ଶବ୍ଦଯୁକ୍ତ ମାଇକ ବଜାଇବା ସହ  ଅଶ୍ଳୀଳ ଗୀତ ବୋଲି ନାଚିଥିଲେ । ଏହି ଘଟଣାକୁ ନେଇ ଗଣେଶ୍ୱରଙ୍କ ପତ୍ନୀ ଝୁନି ପ୍ରଧାନ  ପ୍ରତିବାଦ କରିବାରୁ କେତେକ ଉତ୍ୟକ୍ତ ଯୁବକ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ । ଏହି ଘଟଣାକୁ ନେଇ ଝୁନିଙ୍କ ପୁତୁରା ପ୍ରଦୀପ ପ୍ରଧାନ ପ୍ରତିବାଦ କରିବାରୁ  ଅପରପକ୍ଷ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିବା ସହିତ ଏକ ଠେଙ୍ଗାରେ  ତାଙ୍କୁ ବାଡେଇଥିଲେ । ତାଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି  ହୋଇଛି । ହରିଜନ ସାହିର କମଳାକାନ୍ତ ମଳିକ, ଟୁନା ମଳିକ, ମୁନା ମଳିକ, ବାସୁଦେବ ମଳିକ, ଉଦ୍ଧବ ମଳିକ, ପ୍ରକାଶ ମଳିକଙ୍କ ସମେତ ଅନ୍ୟ ୭/୮ ଜଣ ଉତ୍ୟକ୍ତ ଯୁବକ ଏଭଳି ଘଟଣା ଘଟାଇଥିବା ଝୁନୁ ସଦର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ସଦର ଥାନା ପୁଲିସ ଏକ ମାମଲା ରୁଜୁ କରି ୩ ଜଣଙ୍କୁ ଥାନାରେ ଅଟକ ରଖିଛି । ସୂଚନାଯୋଗ୍ୟ  ଯେ ଉକ୍ତ ଘଟଣାକୁ ନେଇ ସଦର ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ଥାନା ପକ୍ଷରୁ କୌଣସି କାଯ୍ୟର୍ାନୁଷ୍ଠାନ ଗ୍ରହଣ କରା ନଯିବାରୁ ସବର୍ଣ୍ଣ ସାହିର ବହୁ ବ୍ୟକ୍ତି ଆଜି  ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟି ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଦାବି କରିଥିଲେ।

ସମ୍ବନ୍ଧିତ ଖବର