ଡେରାବିଶ:ନିକିରାଇ ଥାନା ଅନ୍ତର୍ଗତ ବେଣିପୁର ପଞ୍ଚାୟତର ବଜାର ଗ୍ରାମରେ ଆଜି କଟକଅବକାରୀ ବିଭାଗର ଇଆଇ ଓ ଇବି ୟୁନିଟ–୨ କର୍ମଚାରୀମାନେ ଚଢଉ କରିଛନ୍ତି। ଚଢଉ ବେଳେ ୧୭କେଜି ୫୦୦ଗ୍ରାମ ଓଜନର ଗଞ୍ଜେଇ ଜବତ କରାଯାଇଛି। ଏହାକୁ ନେଇ ଯାଉଥିବା ଚୋରା ବେପାରୀ ବଜାର ଗ୍ରାମର ଗୈାତମ ପରିଡା(୬୨)ଙ୍କୁ ଗିରଫ କରିଛି। ଆଜି ସକାଳୁ ଗୈାତମ ଏକ ବସ୍ତାରେ ଗଞ୍ଜେଇ ନେଇ ରାସ୍ତାରେ ନିଜ ଘର ଅଭିମୁଖେ ଯାଉଥିଲେ। ଏହି ସମୟରେ କର୍ମଚାରୀମାନେ ନିକଟସ୍ଥ ହନୁମାନ ମନ୍ଦିର ଆଗରେ ତାଙ୍କୁ କାବୁ କରି ନେଇଥିଲେ। ଏ ନେଇ ମାମଲା(୩/୧୯)ରୁଜୁ କରାଯାଇଛି। କଟକ ଅବକାରୀ ବିଭାଗ ଇନ୍ସପେକ୍ଟର ଜଗଦିଶ ଚନ୍ଦ୍ର ସାମଲ ଓ ଗାଲୁରାମ ସୋରେନ ଚଢାଉର ନେତୃତ୍ବ ନେଇଥିବା ବେଳେ ନେଇଥିବା ଅନ୍ୟମାନଙ୍କ ମଧ୍ୟରେ କନେଷ୍ଟବଳ କିଶୋର ରାଉତ ସାମିଲ ଥିଲେ।
୧୭ କିଲୋ ଗଞ୍ଜେଇ ଜବତ: ଜଣେ ଗିରଫ
/sambad/media/post_attachments/wp-content/uploads/2019/04/kdp.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)