ନାବାଳିକାଙ୍କ ନଗ୍ନ ଫଟୋ ଉଠାଇ ୭ ଗିରଫ

ମହାକାଳପଡା : ଟଙ୍କା ନ ଦେଲେ ଉଠାଇଥିବା ନଗ୍ନ ଫଟୋକୁ ଭାଇରାଲ୍‌ କରିଦେବୁ। ଜଣେ ନାବାଳିକାକୁ ଏହିଭଳି ଧମକ ଦେଇଥିବା ୭ ଜଣ ଯୁବକଙ୍କୁ ଆଜି ପୁଲିସ୍‌ ଗିରଫ କରିଛି। ସେମାନଙ୍କଠାରୁ ୫ଟି ସ୍ମାର୍ଟଫୋନ୍‌ ଜବତ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍‌ ଅନ୍ତର୍ଗତ ରାମନଗର ଅଞ୍ଚଳରେ ଏହି ଘଟଣାଟି ଘଟିଛି। ଗତ ରବିବାର ସଂଧ୍ୟାରେ ନାବାଳିକା ଜଣକ ସମ୍ପର୍କୀୟ ଭାଇଙ୍କ ସହ ଗ୍ରାମ ନିକଟ ନଦୀପଠାକୁ ଯାଇଥିଲେ। ହଠାତ୍‌ ସେହି ଗ୍ରାମର ୭ ଜଣ ଯୁବକ ସେଠାରେ ପହଞ୍ଚି ସମ୍ପର୍କୀୟ ଭାଇଙ୍କୁ ମାଡ଼ ମାରିଥିଲେ। ଭୟରେ ସମ୍ପର୍କୀୟ ଭାଇ ପଳାଇ ଯାଇଥିଲେ। ଏହା ପରେ ଯୁବକମାନେ ନାବାଳିକାଙ୍କୁ ନଦୀପଠାକୁ ଭିଡ଼ି ନେଇ ନଗ୍ନ ଫଟୋ ଉଠାଇଥିଲେ। ଘରୁ ଆଣି ଟଙ୍କା ନଦେଲେ ଏହି ଫଟୋକୁ ଭାଇରାଲ୍‌ କରିଦେବା ପାଇଁ ଧମକ ଦେଇଥିଲେ। ନାବାଳିକା ଜଣଙ୍କ ଘରେ ଏକଥା ଜଣାଇବା ପରେ ତାଙ୍କ ବାପା ଏ ସମ୍ପର୍କରେ ସ୍ଥାନୀୟ ଜମ୍ବୁ ସାମୁଦ୍ରିକ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର