କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ମାମଲାରେ ଅଭିଯୁକ୍ତ ଗିରଫ

କେନ୍ଦ୍ରାପଡ଼ା/ମହାକାଳପଡ଼ା: ଜାତୀୟ ରାଜପଥ ‘୫-ଏ’ର ମାର୍ଶାଘାଇ ଥାନା ଅନ୍ତର୍ଗତ ଯଦୁପୁର ନିକଟରେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ କେନ୍ଦ୍ରାପଡ଼ା ପୁଲିସ ବୁଧବାର ଅଭିଯୁକ୍ତ କାଳିଆ ବେହେରାଙ୍କୁ ଗିରଫ କରିଛି। ଗତ ଅକ୍ଟୋବର ୧୫ ଅପରାହ୍ନରେ ଘଟଣା ସମୟରେ ସ୍ଥାନୀୟ ଲୋକେ ଏକାଠି ହେବାର ପରେ ଉଦ୍ୟମ କରିଥିବା କାଳିଆ ଫେରାର ହୋଇ ଯାଇଥିଲା।

ସୂଚନାଯୋଗ୍ୟ, ଏହି ଘଟଣା ପରେ ଅସଦାଚରଣ କରିଥିବା ଯୁବକଙ୍କୁ ଗିରଫ ଦାବିରେ ରବିବାର ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ। କଜେଲ ଛାତ୍ରୀ ଜଣକ କେନ୍ଦ୍ରାପଡ଼ା ଯିବା ପାଇଁ ଯାଜପୁର ଜିଲ୍ଲା ଚଣ୍ଡିଖୋଳ ଛକରୁ ଏକ ଟାଟା ମ୍ୟାଜିକରେ ବସି ସସ୍କୃତ ମହାବିଦ୍ୟାଳୟର ନିକଟରେ ଥିବା ଭୂତମୁଣ୍ଡାଇ ଓଭରବ୍ରିଜ ନିକଟରେ ଓହ୍ଲାଇଥିଲେ। ତାଙ୍କ ସାଥିରେ ଆଉ ୩ଜଣ ଝିଅ ଓ ଜଣେ ପୁଅ ମଧ୍ୟ ଟାଟା ମ୍ୟାଜିକରୁ ଓହ୍ଲାଇ ଥିଲେ। ଅନ୍ୟ ଝିଅମାନେ ନିଜ ନିଜ ରାସ୍ତାରେ ଚାଲି ଯାଇଥିବା ବେଳେ, ଛାତ୍ରୀ ଜଣକ ବାଟ ବଣା ହୋଇ କଲେଜକୁ ଯାଉଥିବା ବେଳେ ଟାଟା ମ୍ୟାଜିକରୁ ଓହ୍ଲାଇଥିବା ଏକୁଟିଆ ସୁଯୋଗ ପାଇ ଟଣାଓଟରା ଓ ଅସଦଚାରଣ କରିଥିଲା। ମାତ୍ର ଛାତ୍ରୀ ବଡ ପାଟିରେ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ପହଞ୍ଚିବା ପୂର୍ବରୁ ଯୁବକ ଜଣକ ଫେରାର ହୋଇ ଯାଇଥିଲା।

ଅଭିଯୁକ୍ତଙ୍କୁ ଗିରଫ ଦାବିରେ ସ୍ଥାନୀୟ ଲୋକେ ମାର୍ଶାଘାଇ ପୁଲିସକୁ ସୂଚନା ଦେଇଥିଲେ ମଧ୍ୟ କୌଣସି ଫଳ ମିଳି ନ ଥିଲା। ପୁଲିସ ଦେଢ଼ ଘଣ୍ଟା ବିଲମ୍ବରେ ପହଞ୍ଚି ଥିବାରୁ ଲୋକେ ଉତ୍ତେଜିତ ହୋଇ ରାସ୍ତାରୋକ କରିଥିଲେ। ଫଳରେ ଚଣ୍ଡୀଖୋଲ କେନ୍ଦ୍ରାପଡ଼ା ରାସ୍ତାରେ ଶତାଧିକ ଯାନବାହାନ ଛିଡ଼ା ହୋଇଥିଲା। ପରେ କେନ୍ଦ୍ରାପଡ଼ା ଏସ୍‌ଡିପିଓ ଘଟଣାସ୍ଥଲରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଅବସ୍ଥା ସ୍ୱାଭାବିକ ହୋଇଥିଲା। ତା’ପରଦିନ କଲେଜ ଛାତ୍ରୀମାନେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବି କରିଥିଲେ।

ସମ୍ବନ୍ଧିତ ଖବର