ବୈଜୟନ୍ତଙ୍କ ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଲେ ଭାଗବତ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫାପତ୍ର ଗ୍ରହଣ ନ କରିବା ପାଇଁ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭାଗବତ ପ୍ରସାଦ ମହାନ୍ତି। ଆଜି ସେ ବାଚସ୍ପତିଙ୍କ ନିକଟକୁ ପଠାଇଥିବା ଚିଠିରେ ଦର୍ଶାଇଛନ୍ତି ଯେ, ‘ବୈଜୟନ୍ତ କୌଣସି ଯଥାଯଥ କାରଣ ନ ଦର୍ଶାଇ ଇସ୍ତଫା ପତ୍ର ପଠାଇଛନ୍ତି। କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଜନସାଧାରଣଙ୍କ ଦ୍ୱାରା ନିର୍ବାଚିତ ହୋଇ ସାଂସଦ ହୋଇଥିବାରୁ ସେ କେବଳ ଲୋକସଭା ନୁହଁ ବରଂ ସମଗ୍ର ଦେଶବାସୀଙ୍କ ଆଶା, ଆକାଂକ୍ଷାର ପ୍ରତିନିଧିତ୍ୱ କରୁଛନ୍ତି। ବୈଜୟନ୍ତଙ୍କ ଇସ୍ତଫା ଫଳରେ କେବଳ କେନ୍ଦ୍ରାପଡ଼ା ଲୋକସଭାର ଜନସାଧାରଣ ନୁହନ୍ତି ବରଂ ଲୋକସଭାରେ ତାଙ୍କର ଅନୁପସ୍ଥିତି ଦେଶବାସୀଙ୍କ ପାଇଁ ଏକ ବିରାଟ କ୍ଷତି ବୋଲି ଧରାଯିବ। ଏଭଳି ସ୍ଥିତିରେ ସେ ଜଣେ ବର୍ଷିଆନ ନାଗରିକ ତଥା ଲୋକସଭା ନିର୍ବାଚନମଣ୍ଡଳୀର ସଚେତନ ଭୋଟର ଭାବେ ବୈଜୟନ୍ତଙ୍କ ଇସ୍ତଫାପତ୍ର ଗ୍ରହଣ ନକରିବାକୁ ଅନୁରୋଧ କରୁଛନ୍ତି।’

ସମ୍ବନ୍ଧିତ ଖବର