ବାଇକ୍‌କୁ ପିଟିଲା ବୋଲେରୋ, ୨ ଗୁରୁତର ଚାନ୍ଦୋଳ,

ଚାନ୍ଦୋଳ: କଟକ–ଚାନ୍ଦବାଲି ଜାତୀୟ ରାଜପଥର କେଶରପୁର ସ୍ଥିତ ପଥପ୍ରାନ୍ତ ଯାତ୍ରୀ ସୁବିଧା କେନ୍ଦ୍ର ସମ୍ମୁଖରେ ଦୁର୍ଘଟଣା ଘଟିଛି। ଏକ ବୋଲୋରୋ ବାଇକ୍‌କୁ ପଛପଟୁ ଧକ୍କା ଦେବାରୁ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଆଜି ଅପରାହ୍ନରେ ଡେରାବିଶ ଥାନା ଅନ୍ତର୍ଗତ ଜହ୍ନିମୂଳପଟଣା ଗ୍ରାମର ସ୍ମୃତିରଞ୍ଜନ ବେହେରା ଓ କିଜାଙ୍ଗପଡ଼ା ଗ୍ରାମର ଜଟାଧାରୀ ସାହୁ ଏକ ବାଇକ୍‌ରେ ଚଣ୍ତିବଜାର ଅଭିମୁଖେ ଯାଉଥିଲେ। ଯାତ୍ରୀ ସୁବିଧା କେନ୍ଦ୍ର ସମ୍ମୁଖରେ ଏକ ବୋଲେରୋ ସେମାନଙ୍କୁ ପଛପଟୁ ଧକ୍କା ଦେଇଥିଲା। ଦୁହେଁ ୧୦ ଫୁଟ ଦୂରକୁ ଛିଟିକି ପଡ଼ିବା ସହ ୨୦ ମିଟର ଯାଏ ଘୋଷାଡ଼ି ହୋଇ ରାସ୍ତାର ଡାହାଣ ପଟକୁ ଗଡ଼ି ଯାଇଥିଲେ। ସ୍ଥାନୀୟ ଲୋକମାନଙ୍କ ସହାୟତାରେ ସେମାନଙ୍କୁ କେନ୍ଦ୍ରାପଡ଼ା ମେଡ଼ିକାଲକୁ ପଠାଯାଇଥିଲା।

ସମ୍ବନ୍ଧିତ ଖବର