ଡେରାବିଶ ପୁଲିସର ଏନ୍‌କାଉଣ୍ଟରେ ଅପରାଧି ସନ୍ତୋଷ ମଲ୍ଲିକ ଆହତ

କେନ୍ଦ୍ରାପଡ଼ା : କିଛି ଦିନର ନିରବତା ପରେ ପୁଣି କେନ୍ଦ୍ରାପଡ଼ା ପୁଲିସ କରିଛି ଏନ୍‌କାଉଣ୍ଟର। ଏଥର ଏନ୍‌କାଉଣ୍ଟର କରିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ପୁଲିସ। ଏହି ଏନ୍‌କାଉଣ୍ଟରରେ ସନ୍ତୋଷ ମଲ୍ଲିକ (୩୬) ନାମକ ଜଣେ ଅପରାଧି ଗୁରୁତର ଆହତ ହୋଇଛି। ତାର ଡାହାଣ ଗୋଡ଼ରେ ଗୁଳି ବାଜିଛି। ତାକୁ ଚିକିତ୍ସା ଲାଗି କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାଟି ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲାର ଦେଶପୁରଠାରେ। ଘଟଣାସ୍ଥଳରୁ ପୁଲିସ ପିସ୍ତଲ ଓ ବାଇକ୍‌ ଜବତ କରିଛି। ସନ୍ତୋଷ ନାମରେ ଡକାୟତି, ହତ୍ୟାକାଣ୍ଡ ସହ ବହୁ ଅପରାଧିକ ମାମଲା ରହିଛି। ତା ନାମରେ ବିଭିନ୍ନ ଥାନରେ ୬୦ରୁ ଊର୍ଦ୍ଧ୍ୱ କେସ୍‌ ଥିବା ପୁଲିସ ପକ୍ଷରୁ ଜଣାଯାଇଛି। କେନ୍ଦ୍ରାପଡ଼ା ପୁଲିସ ପକ୍ଷରୁ ଏହା ୪ର୍ଥ ଏନ୍‌କାଉଣ୍ଟର ଘଟଣା।

ସମ୍ବନ୍ଧିତ ଖବର