ଜାଲ୍‌ ନୋଟ୍‌ ଜବତ; ଯୁବକ ଗିରଫ

ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରୁ ଆଜି ୨ଶହ ଓ ୫ଶହ ଟଙ୍କିଆ ଜାଲ୍‌ ନୋଟ୍‌ ଜବତ କରାଯାଇଛି। ଏହି ଘଟଣାରେ ପୁଲିସ ସେକ୍‌ ରବିଉଲ୍‌ ହୋସେନ୍‌(୩୭) ନାମକ ଯୁବକଙ୍କୁ ଗିରଫ କରିିଛି। ତାଳଚୁଆ ସାମୂଦ୍ରିକ ଥାନା ଅନ୍ତର୍ଗତ ଶାରଦାପ୍ରସାଦ ଗ୍ରାମର ରବିଉଲ୍‌ ରାଜନଗର ବଜାରରେ କିଣାକିଣି କରି ଦୁଇଟି ୨ଶହ ଟଙ୍କିଆ ଦେଇଥିଲେ। ତାଙ୍କ ହାବଭାବରେ ସନ୍ଦେହ କରି ଦୁଇ ଦୋକାନୀ ରବିଉଲ୍‌ଙ୍କୁ କାବୁ କରି ପୁଲିସ ଜିମା ଦେଇଥିଲେ। ପୁଲିସ ରବିଉଲ୍‌ଙ୍କଠାରୁ ୨ଟି ୨ଶହ ଓ ଗୋଟିଏ ୫ଶହ ଟଙ୍କିଆ ନୋଟ୍‌ ଜବତ କରି ରାଜନଗର ଷ୍ଟେଟବ୍ୟାଙ୍କକୁ ପଠାଇଥିଲେ। ବ୍ୟାଙ୍କରେ ନୋଟ୍‌ ଜାଲ୍‌ ବୋଲି ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର